ଭୁବନେଶ୍ବର: ଆଜି ସକାଳେ ଭୁବନେଶ୍ବରର ଉପକଣ୍ଠରେ ଥିବା ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେବା ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାର ଖବର ମିଳିଛି। ଭାର୍ଗବୀ ନଦୀ କୂଳରେ ଥିବା ଉତ୍କଳ ଇଟାଭାଟିରେ ଜଳ ପଶିବା ଫଳରେ ସେଠାରେ କାମ କରୁଥିବା ଶ୍ରମିକ ଏବଂ ତାଙ୍କ ପରିବାରର ଲୋକେ ପାଣି ଭିତରେ ଫସିଯାଇଛନ୍ତି। ଖବର ପାଇବାପରେ ଅଗ୍ନିଶମ ବିଭାଗ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯିବା କାମ ଆରମ୍ଭ ହୋଇଥିଲା।

Advertisment

publive-image

ଏହି ରିପୋର୍ଟ ପ୍ରସ୍ତୁତ ହେବାଯାଏଁ ସେଠାରୁ ୧୭ଜଣଙ୍କୁ ଉଦ୍ଧାର କରାଯାଇଛି। ସେଠାରେ ୫୦ଜଣ ଫସି ରହିଥିବାର ସୂଚନା ମିଳିଛି। ଏମାନଙ୍କ ଭିତରେ ସେମାନଙ୍କର ପରିବାର ଲୋକେ ବି ଅଛନ୍ତି । ସେଠାରେ ଶ୍ରମିକମାନେ ବହୁ ଦିନଧରି ରହୁଥିଲେ। ଏବେ ବି ଉଦ୍ଧାର କାମ ଜାରି ରହିଛି।