ଆଜି ରାଜ୍ୟରେ ୧୭୧୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୩୨୩ ଜଣ ୦ ରୁ ୧୮ ବର୍ଷ ମଧ୍ୟରେ ଅଛନ୍ତି | ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୯୭ ଜଣ ସଙ୍ଗରୋଧରୁ ଥିବାବେଳେ ୭୧୫ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି | ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୫୭ ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୧୪୭ ଜଣ ଅଛନ୍ତି |


ସେହିପରି ଏହି ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇଲେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୧ ହଜାର ୫୨୩ରେ ପହଞ୍ଚିଛି | ସେହିପରି ୧୨ ଲକ୍ଷ ୪୫ ହଜାର ୦୨୬ ଜଣ ସୁସ୍ଥ ହୋଇଥିବାବେଳେ ଏବେ ୧୭୬୪୭ଟି ସକ୍ରିୟ ମାମଲା ରହିଛି | ସେହିପରି ରାଜ୍ୟରେ ଆଜି ୨୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି |

ସମ୍ବନ୍ଧିତ ଖବର