ରାଜ୍ୟରେ ୧୭,୧୯୬ ହାଇସ୍କୁଲରେ ଶିକ୍ଷକ ପଦ ଖାଲି

ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲଗୁଡ଼ିକରେ ୧୭,୧୯୬ ଶିକ୍ଷକ ପଦ ଖାଲିପଡ଼ିଛି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଦର୍ଶାଇଛନ୍ତି ଯେ ସରକାରୀ ହାଇସ୍କୁଲଗୁଡ଼ିକରେ ୩୫୬୭ଟି ମଞ୍ଜରୀପ୍ରାପ୍ତ ପ୍ରଧାନ ଶିକ୍ଷକ ପଦରୁ ୨୫୮୫ଟି (୭୨.୫%) ଖାଲିପଡ଼ିଛି ଏଥି ସହ ୨୭୭୯ଟି ତାଲିମପ୍ରାପ୍ତ ସ୍ନାତକ (କଳା) ଶିକ୍ଷକ, ୮୬୫ଟି ତାଲିମପ୍ରାପ୍ତ ବିଜ୍ଞାନ (ପିସିଏମ୍) ଶିକ୍ଷକ, ୮୦୮ଟି ବିଜ୍ଞାନ (ସିବିଜେଡ୍) ଶିକ୍ଷକ, ୪୦୬୩ଟି ଭାଷା ଶିକ୍ଷକ ପଦକୁ ମିଶାଇ ସରକାରୀ ହାଇସ୍କୁଲଗୁଡ଼ିକରେ ମୋଟ ୧୧,୧୦୦ ଶିକ୍ଷକ ପଦ ଖାଲିପଡ଼ିଛି ସେହିପରି ୬୫୧ଟି ଅନୁଦାନପ୍ରାପ୍ତ ହାଇସ୍କୁଲରେ ୨୮୦ ପ୍ରଧାନ ଶିକ୍ଷକ, ୫୩୦ ତାଲିମପ୍ରାପ୍ତ କଳା ଓ ୨୫୩ ବିଜ୍ଞାନ ଶିକ୍ଷକ, ୧୫୧୯ଟି ଭାଷା ଓ ଶରୀରିକ ଶିକ୍ଷା ଶିକ୍ଷକ (ପିଇଟି) ପଦକୁ ମିଶାଇ ମୋଟ ୨୫୯୨ ଶିକ୍ଷକ ପଦ ଖାଲିପଡ଼ିଛି। ବ୍ଲକ୍ ଗ୍ରାଣ୍ଟରେ ଅନ୍ତର୍ଭୁକ୍ତ ୨୫୮୭ଟି ନୂଆ ଅନୁଦାନପ୍ରାପ୍ତ ହାଇସ୍କୁଲରେ କାଳ, ବିଜ୍ଞାନ, ଭାଷା ଶିକ୍ଷକ ପଦ ମଧ୍ୟରୁ ୩୫୦୪ଟି ଖାଲିପଡ଼ିଛି ଖାଲି ପଡ଼ିଥିବା ଶିକ୍ଷକ ପଦଗୁଡ଼ିକ କେବେ ପୂରଣ ହେବ, ସେ ସଂକ୍ରାନ୍ତରେ ମନ୍ତ୍ରୀ କୌଣସି ପ୍ରତିଶ୍ରୁତି ଦେଇ ନାହାନ୍ତି ତେବେ ୧୯୭୪ଟି ପ୍ରାଥମିକ ଓ ୬୩ଟି ମାଧ୍ୟମିକ ବିଦ୍ୟାଳୟକୁ ନିକଟବର୍ତ୍ତୀ ସ୍କୁଲଗୁଡ଼ିକରେ ମିଶ୍ରଣ କରାଯିବା ଦ୍ୱାରା ଶିକ୍ଷକ-ଛାତ୍ର ଅନୁପାତ ପୂରଣ ଓ ଗୁଣାତ୍ମକ ଶିକ୍ଷା ଦିଗରେ ତାହା ସହାୟକ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି

ସମ୍ବନ୍ଧିତ ଖବର