୧୭୨ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି

ଭୁବନେଶ୍ବର : ଓପିଏସ୍‌ସିର ସୁପାରିସ୍ କ୍ରମେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୧୭୨ ଜଣ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯାଇଛି। ସେମାନେ ଓଡ଼ିଶା ମେଡିକାଲ ଆଣ୍ଡ୍ ହେଲ୍‌ଥ୍‌ ସର୍ଭିସ୍(ଡେଣ୍ଟାଲ୍) କ୍ୟାଡର୍‌ରେ ଗ୍ରୁପ୍ ଏ(ଜୁନିୟର୍) ରୢାଙ୍କ୍‌ରେ କାର୍ଯ୍ୟ କରିବେ। ୩୦ ଦିନ ଭିତରେ ସେମାନଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି। ନବନିଯୁକ୍ତ ୧୭୨ ଚିକିତ୍ସକଙ୍କ ମଧ୍ୟରେ ୧୦୬ ଜଣ ମହିଳା‌ ଓ ୬୬ ଜଣ ପୁରୁଷ ଅଛନ୍ତି।

ସମ୍ବନ୍ଧିତ ଖବର