ଭୁବନେଶ୍ବର: ଆଜି ଗୋଟିଏ ଦିନରେ ୧୭୩ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏକ ନୂଆ ରେକର୍ଡ଼ ସୃଷ୍ଟି ହୋଇଛି ରାଜ୍ୟରେ। ଏଯାବତ୍ ଏତେ ସଂଖ୍ୟକ ଆକ୍ରାନ୍ତ ଏକାଥରକରେ ଚିହ୍ଟଟ ହୋଇ ନଥିଲେ। ଏହା ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୨୩ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୫୦ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି।
COVID-19 REPORT FOR 5th JUNE
New positive cases: 173
In quarantine: 150
Local contacts: 23(Details of local contacts will be shared by concerned District Administration)
1. Jajpur: 19
2. Khordha: 9
3. Jharsuguda: 1
4. Nayagarh: 7
5. Cuttack: 13
6. Mayurbhanj: 13
7. Bhadrak: 4— I & PR Department, Odisha (@IPR_Odisha) June 6, 2020
ଆଜି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାରେ ୯ଜଣ ଚିହ୍ନଟ ହୋଇଥିବା ବେଳେ, ନୟାଗଡ଼ରେ ୭, ମୟୂରଭଞ୍ଜ ଓ କଟକ ଜିଲ୍ଲାରୁ ୧୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ବର ଓ ବଲାଙ୍ଗୀର ଜିଲ୍ଲାରୁ ୧୧ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
8. Kalahandi: 2
9. Ganjam: 64
10. Gajapati: 10
11. Bolangir: 11
12. Balasore: 11
13. Puri: 1
14. Nuapada: 8
Total- 173New recoveries: 123
Cumulative tested: 172621
Positive: 2781
Recovered: 1604
Active cases: 1167— I & PR Department, Odisha (@IPR_Odisha) June 6, 2020
ଯାଜପୁର ଜିଲ୍ଲାରୁ ୧୯ ଜଣ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ ୨ଜଣ, ନୂଆପଡ଼ା ଜିଲ୍ଲାରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ, ଭଦ୍ରକରୁ ୪ ଓ ଗଜପତି ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୧୬୭ରେ ପହଞ୍ଚିଛି। ତେବେ ୧୬୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅପରପକ୍ଷରେ ୮ଜଣଙ୍କର ମୃତ୍ୟୁ ଘଟିଛି। କରୋନା ବ୍ୟତୀତ ଅନ୍ୟ ରୋଗରେ ଦୁଇ ପୀଡ଼ିତଙ୍କର ବି ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।