ଭୁବନେଶ୍ବର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ଶହ ତଳକୁ ଖସିଛି। ଗତକାଲି ୨୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୭୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୩ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
7. Cuttack: 20
8. Deogarh: 3
9. Ganjam: 2
10. Jagatsinghpur: 3
11. Jajpur: 6
12. Jharsuguda: 1
13. Kalahandi: 2
14. Kandhamal: 1
15. Kendrapada: 5
16. Khurda: 55
17. Koraput: 1
18. Malkangiri: 1
19. Mayurbhanj: 8
20. Nawarangpur: 5
21. Nayagarh: 7— I & PR Department, Odisha (@IPR_Odisha) September 3, 2022
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୪, ବରଗଡ଼ରୁ ୧, ଭଦ୍ରକରୁ ୨, ବଲାଙ୍ଗୀରରୁ ୧ ଜଣ, ବୌଦ୍ଧରୁ ୩, କଟକରୁ ୨୦ ଜଣ, ଦେବଗଡ଼ରୁ ୩, ଗଞ୍ଜାମରୁ ୨, ଜଗତସିଂହପୁରରୁ ୩ ଜଣ, ଯାଜପୁରରୁ ୬ ଜଣ, ଝାରସୁଗୁଡ଼ାରୁ ୧, କଳାହାଣ୍ଡି ଜିଲ୍ଲାରୁ ୨ ଜଣ, କନ୍ଧମାଳରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୫୫, କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୮ ଜଣ, ନବରଙ୍ଗପୁରରୁ ୫ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ନୂଆପଡ଼ାରୁ ୫, ପୁରୀରୁ ୯ ଜଣ, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟପୁଲରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୨୮, ୨୪୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୧୭, ୨୭୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୭୩୪ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/b51bd9a4-453c-45bc-a1d2-243872b39454.jpg)