ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏହି ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି | ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୩୯ ଜଣ, ଗଜପତିର ୨୩ ଜଣ, ନୂଆପଡାର ୨୨ ଜଣ, ଭଦ୍ରକର ୧୭ ଜଣ, ନୟାଗଡ଼ର ୧୫ ଜଣ, ଗଞ୍ଜାମର ୧୪ ଜଣ, କେନ୍ଦ୍ରାପଡାର ୧୦ ଜଣ, ଢେଙ୍କାନାଳର ୯ ଜଣ, କନ୍ଧମାଳର ୯ ଜଣ, ସୁନ୍ଦରଗଡ଼ର ୬ ଜଣ, ୪ ଜଣ ବାଲେଶ୍ୱରର ରହିଛନ୍ତି |


ସେହିପରି ବଲାଙ୍ଗୀର, କଟକ ଓ ମାଲକାନଗିରିର ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି | ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଜଗତସିଂହପୁର, ଝାରସୁଗୁଡା, ନବରଙ୍ଗପୁର ଓ ପୁରୀର ଜଣେ ଲେଖାଏଁ ରହିଛନ୍ତି |

ସମ୍ବନ୍ଧିତ ଖବର