ରାଜଧାନୀରେ ବଢୁଛି ସଂକ୍ରମଣ: ୮ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ଓ ୧୦ଟି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ବର: କରୋନା ଭାଇରସ୍‌ ମହମାରୀ ସମଗ୍ର ରାଜ୍ୟ ସହିତ ରାଜଧାନୀ ଭୁବନେଶ୍ବରରେ ଅଧିକ କାୟା ବିସ୍ତାରଲାଭ କରିଛି। ରାଜ୍ୟରେ ଆଜି ଦୈନିକ ସଂକ୍ରମଣ ୧୧ ହଜାର ଟପିିଥିବା ବେଳେ ଭୁବନେଶ୍ବରରେ ଏହା ୧୩୨୧ ହୋଇଛି।। ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ କରୋନା କଟକଣା ନେଇ ଗାଇଡଲାଇନ୍‌ ଜାରି କରାଯାଇଛି। ଏଥି ସହିତ ଯେଉଁ ସ୍ଥାନରେ କଣ୍ଟେନ୍‌ମେଣ୍ଟ ଜୋନର ଆବଶ୍ୟକତା ଅଛି, ସେଠାରେ ତାହା ଲାଗୁ କରାଯାଉଛି। ଆଜି ଗୋଟିଏ ଦିନିରେ ଭୁବନେଶ୍ବର ଅଧିନରେ ୮ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ଓ ୧୦ଟି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳ ଘୋଷଣା ହୋଇଛି। ନିଷିଦ୍ଧାଞ୍ଚଳରେ ଅଧିକ ସଂକ୍ରମର ବ୍ୟାପୁଛି। ସୂଚନାଯୋଗ୍ୟ ଗତକାଲି ବିଏମସି ୧୨ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା।

ଚନ୍ଦ୍ରଶେଖରପୁୁର ଅଞ୍ଚଳର ନିଳାଦ୍ରିବିହାର ପ୍ଲଟ ନମ୍ବର ୩୧୧/୨୦୪୭, ମଞ୍ଚେଶ୍ବର ଇଡକୋ କଲୋନିରର ଏମଆଇଜି-ବି୧୧, ପଟିଅଆ କୃଷ୍ଣା ଏନ୍‌କ୍ଲେଭ୍‌ ଫ୍ଲାଟ ନମ୍ବର ୨୪୪, ଫ୍ଲାଟ ନମ୍ବବର ୩୬୮/୧୯୦୦୬/୩୫୭୬, ଡମଣାଛକର ବେସ୍ରା ହାରମୋନିି, ମୈୖତ୍ରୀ ବିହାର କ୍ବାର୍ଟର ନମ୍ବର ଡି-୧୭, ଏସ୍‌ବିଆଇ ନିକଟ ଓ ଜୟଦେବ ବିିହାର ପ୍ଲଟନମ୍ବର ୧୧୧୭/୩୩୩୫୩କୁ ଅବରୋଧ ଅଞ୍ଚଳ ଘୋଷଣା କରାଯାଇଛି।

ସେହିପରି ବିଏମ୍‌ସି ନୟାପଲ୍ଲୀସ୍ଥିତ ଶ୍ରୀରାମ ବିହାର ଆପାର୍ଟମେଣ୍ଟ, ଖଣ୍ଡଗିରି ଅଞ୍ଚଳର ଏଲଆଇସି ଜୀବନ ଆନନ୍ଦ ୪ର୍ଥ ମହଲା, ‌ପୋଖରୀପୁଟର ଇନ୍ଦ୍ରପ୍ରସ୍ତ କଲୋନିର ପ୍ଲଟ ନମ୍ବର ୫୦, ନୟାପଲ୍ଲୀସ୍ଥିତ ରାଜଧାନୀ ଗ୍ୟାସ ଲେନ ନିକକଟ ପ୍ଲଟ ନମ୍ବର ୧୨୮୯, କଳିଙ୍ଗ ବିହାରସ୍ଥିତ ଟାଟା ଆରିନା, ଘାଟିକିଆର ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ପ୍ଲଟ ନମ୍ବର ସି-୪୦୧, କଳିଙ୍ଗ ଷ୍ଟୁଡିଓ ଛକ ନିକଟ କଳିଙ୍ଗ ରେସିଡେନ୍ସି, ସତ୍ୟନଗର ପ୍ଲଯ ନମ୍ବର ୭୩, ବିଡିଏ କଲୋନି ପଲାସ ପଲି ପ୍ଲଟ ନମ୍ବର ସି-୩୯ ଓ ମଧୁସୂଦନ ନଗର ୟୁନିଟ-୪କୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର