ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତ ମୃତ, ମୋଟ ମୃତ୍ୟୁସଂଖ୍ୟା ୯୫୮ କୁ ବୃଦ୍ଧି

ଭୁବନେଶ୍ୱର : ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁବରଣ କରିଥିବା ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ମହିଳା ରହିଛନ୍ତି । । ଏହା ସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୯୫୮ ରେ ପହଞ୍ଚିଛି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ମୃତ୍ୟୁବରଣ କରିଥିବା ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୦ ଜଣଙ୍କର ପୂର୍ବରୁ ଅନ୍ୟ ରୋଗ ଥିବାବେଳେ ଅବଶିଷ୍ଟ ୮ ଜଣ କେବଳ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ।

 

ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୪ ଜଣ ମୃତ୍ୟୁବରଣ କରିଥିବାବେଳେ ସୁନ୍ଦରଗଡ଼, ପୁରୀ, ନୟାଗଡ଼ ଜିଲ୍ଲାରୁ ଦୁଇଜଣ ଲେଖାଏଁ ଓ ଖୋର୍ଦ୍ଧା, କନ୍ଧମାଳ, ମୟୁରଭଞ୍ଜ,ଦେବଗଡ଼, ବୌଦ୍ଧ, ସମ୍ବଲପୁର, କୋରାପୁଟ ଓ ଯାଜପୁର ଜିଲ୍ଲାରୁ  ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ବାଲେଶ୍ୱର ଜିଲ୍ଲାର ୬୬, ୭୦ ଓ ୭୨ ବର୍ଷ ବୟସର ୩ ଜଣ ପୁରୁଷ ଓ ୯୪ ବର୍ଷର ବୃଦ୍ଧା ମୃତ୍ୟୁବରଣ କରିଛନ୍ତି । ସେହିପରି ବୌଦ୍ଧର ଜଣେ ୬୦ ବର୍ଷର ପୁରୁଷ ଓ ଦେବଗଡ଼ର ୭୦ ବର୍ଷର ପୁରୁଷ,  ଯାଜପୁରର ୬୨ ବର୍ଷର ପୁରୁଷ, କନ୍ଧମାଳର ୭୨ ବର୍ଷର ପୁରୁଷ, ଖୋର୍ଦ୍ଧାର ୬୨ ବର୍ଷର ପୁରୁଷ ଓ କୋରାପୁଟର ଜଣେ ୬୯ ବର୍ଷର ମହିଳା ପ୍ରାଣ ହରାଇଛନ୍ତି । ସେହିପରି ମୟୁରଭଞ୍ଜର ଜଣେ ୫୫ ବର୍ଷର ପୁରୁଷ, ନୟାଗଡ଼ର ୭୫ ବର୍ଷ ଓ ୭୨ ବର୍ଷର ଦୁଇଜଣ ପୁରୁଷ, ପୁରୀର ୬୫ ବର୍ଷର ପୁରୁଷ ଓ ୮୨ ବର୍ଷର ବୃଦ୍ଧା ପ୍ରାଣ ହରାଇଛନ୍ତି ।  ସେହିପରି ସମ୍ବଲପୁରର ଜଣେ ୪୦ ବର୍ଷର ପୁରୁଷ, ସୁନ୍ଦରଗଡ଼ର ଜଣେ ୪୦ ବର୍ଷ ପୁରୁଷ ପ୍ରାଣ ହରାଇଛନ୍ତି ।

ସମ୍ବନ୍ଧିତ ଖବର