ଭୁକ୍ତାପଡା ଗ୍ରାମରେ ୧୮ ଜଣିଆ ହାତୀପଲ

ଜହ୍ନାପଙ୍କ: ବୌଦ୍ଧ ବ୍ଲକ ବଘିଆପଡା ପଂଚାୟତ ଭୁକ୍ତାପଡା ଗ୍ରାମରେ ୧୮ ଜଣିଆ ହାତୀପଲ ଗ୍ରାମ ମଧ୍ୟରେ ବୁଧବାର ଦୀର୍ଘ ଦୁଇଘଣ୍ଟା ରହିଥିବା ଜଣାପଡିଛି l ଏଥିରେ  ଦୁଇ ମାସ ମଧ୍ୟରେ ଜନ୍ମ ହୋଇଥିବା ଦୁଇଟି ଛୁଆ ହାତୀ ମଧ୍ୟ ଥିଲେ l ହାତୀମାନଙ୍କୁ ଦେଖି ଗ୍ରାମବାସୀ ଭୟଭୀତ ହୋଇ ଘର ଭିତରେ ତାଟି କବାଟ ବନ୍ଦ କରି ଦୀର୍ଘ ଏକ ଘଣ୍ଟା ସମୟ ରହିଥିଲେ l ହାତୀପଲ ଗ୍ରାମର କେତେକ ଚାଷୀଙ୍କ ବାରି ପଟକୁ ଯାଇ ପନିପରିବା ଫସଲ ଖାଇ ନଷ୍ଟ ମଧ୍ୟ କରିଦେଇଛନ୍ତି l

ଏନେଇ ବନ ବିଭାଗଙ୍କୁ ଖବର ଦେଲା ପରେ ବନବିଭାଗର ଏସିଏଫ ଜିତେନ୍ଦ୍ର ବେହେରା, ଡେପୁଟି ରେଞ୍ଜର ପ୍ରଦୋଷ କୁମାର ମହାରଣା, ଫରେଷ୍ଟର ଏମ ପ୍ରସାଦ ମହାରଣା, ଫରେଷ୍ଟ ଗାର୍ଡ ଶରଦ ଚନ୍ଦ୍ର ନାଏକ ଓ ରମାକାନ୍ତ ପାଣିଗ୍ରାହୀ ଏବଂ ବନ ବିଭାଗର କର୍ମଚାରୀ ମାନେ ପହଂଚି ହାତୀପଲ ଙ୍କୁ ଘଉଡ଼ାଇ ବାକୁ ସକ୍ଷମ ହୋଇଥିଲେ l ଏହା ପରେ ହାତୀପଲ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ l

ସମ୍ବନ୍ଧିତ ଖବର