ହୀରାକୁଦର ୧୮ ଗେଟ୍ ଖୋଲା

ସମ୍ବଲପୁର : ଶନିବାରଠୁ ଖୋଲା ଥିବା ହୀରାକୁଦ ବନ୍ଧର ୧୮ଟି ଯାକ ଗେଟ୍‌ ସୋମବାର ଦିନ ତମାମ ବି ଖୋଲା ରହିଥିଲା। ଉକ୍ତ ଗେଟ୍‌ ସମେତ ବିଭିନ୍ନ ମାର୍ଗ ଦେଇ ଦିନ ସାରା ପ୍ରାୟ ୩ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ ହୋଇଥିଲା। ସୋମବାର ରାତି ୯ଟା ବେଳେ ହୀରାକୁଦର ଜଳସ୍ତର ୬୧୯.୨୩ ଫୁଟ୍‌ ଥିଲା। ସେତିକିବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୭୮ ହଜାର ୮୭୦ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨ ଲକ୍ଷ ୯୭ ହଜାର ୯୩୬ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୨.୪୫ ମିଲିମିଟର୍‌ ଓ ତଳ ମୁଣ୍ଡରେ ୩.୪୩ ମିଲିମିଟର୍‌ ବ‌ର୍ଷା ରେକର୍ଡ ହୋଇଛି। ସୋମବାର ବୁର୍ଲା ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ହାରାହାରି ୧୦୦ ମେଗାୱାଟ୍‌ ଓ ଚିପିଲିମା ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ହାରାହାରି ୫୦.୨୯୨ ମେଗାୱାଟ୍ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର