ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦନ୍ତେଵାଡ଼ା ପୁଲିସକୁ ମିଳିଛି ବଡ଼ ସଫଳତା। ଆଜି ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୮ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ନକ୍ସଲଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଦନ୍ତେଵାଡ଼ା ପୁଲିସର ଘରକୁ ଫେରିଆସ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହା ଥିଲା ପ୍ରଥମ ସଫଳତା। ପୁଲିସର ଏହି ଆହ୍ବାନକୁ ୪୮ ଘଣ୍ଟା ନ ପୂରୁଣୁ ୧୮ଜଣ ନକ୍ସଲ ଆତ୍ମସମର୍ପଣ କରିବା ଏକ ବଡ଼ ସଫଳତା ବୋଲି କୁହାଯାଉଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସ୍ପି ଅଭିଷେକ ପଲ୍ଲବ, ଜିଲ୍ଲାପାଳ ଦୀପକ ସୋନୀ ପ୍ରମୁଖ ଉପସ୍ଥିତ ଥିଲେ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ହୋଇଥିବା ଡିକେଏମଏସ ଅଧ୍ୟକ୍ଷ ମଙ୍ଗଲ ଭାସ୍କର, କୁଞ୍ଜାମ ଦସରୁ, ତେଲାମ ଗାଙ୍ଗୁ, କୁମାରୁ ତେଲାମ, ହୁଗା ତେଲାମ, ତେଲାମ ଇତବାରୀ, କୋସା ତେଲାମ, ହୁଙ୍ଗା କୁଞ୍ଜାମ, ଅନିଲ କୁଞ୍ଜାମ, ଶଙ୍କର କୁଞ୍ଜାମ, ଗୁଣ୍ଡା ତେଲାମ, ସୋନୁ କଡ଼ତି, ରାଜ କୁମାର ଭାସ୍କର, ସୋନା ଭାସ୍କର, ଅର୍ଜ୍ଜୁନ ଭାସ୍କର, ସଞ୍ଜୁ କୁଞ୍ଜାମ, ତେଲାମ ବେଲୁ ଓ ତେଲାମ ଭୀମା। ସଂଗଠରେ ପୂର୍ବ ଭଳି ଆଦର୍ଶ ଆଉ ନ ଥିବା ଏବଂ କ୍ୟାଡର ନକ୍ସଲଙ୍କ ଦ୍ବାରା ବାରମ୍ବାର ନିର୍ଯାତିତ ହେବା ଯୋଗୁଁ ଏମାନେ ସଂଗଠନ ଛାଡ଼ିଥିବା କହିଛନ୍ତି।
ଛତିଶଗଡ଼ରେ ୧୮ ନକ୍ସଲଙ୍କ ଆତ୍ମସମର୍ପଣ
/sambad/media/post_attachments/wp-content/uploads/2019/11/naxals-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)