ପାରଳାଖେମୁଣ୍ଡି: ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସର ଏକ ପ୍ରତିନିଧି ଦଳ ଗଜପତି ଜିଲ୍ଲାର ତିତଲି ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଶ୍ରୀ ପଟ୍ଟନାୟକଙ୍କ ସହ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ବରିଷ୍ଠ ନେତା ଦାଶରଥୀ ଗମାଙ୍ଗ, ତିରୁପତି ପାଣିଗ୍ରାହୀଙ୍କ ସମେତ ବହୁ ନେତା ଗୋଷାଣୀ ବ୍ଲକର ପ୍ରଭାବିତ ଅଞ୍ଚଳ ଭୁଷକୁଡି, ମାଛମରା, ଗାରାବନ୍ଧ, ରାୟଗଡ଼ ବ୍ଲକର ମାଣିକପାଟଣା ଓ ଖମ୍ବଗାଁ ପ୍ରମୁଖ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ସହ ବିପନ୍ନଙ୍କ ସହ କ୍ଷୟକ୍ଷତି ନେଇ ଆଲୋଚନା କରିବା ସହ ଆଶ୍ବାସନା ଦେଇଥିଲେ। ୧୮ ମୃତକଙ୍କ ପରିବାରକୁ ସମବେଦନା ଜଣାଇଥିଲେ। କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ ପରେ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଗଜପତି ଜିଲ୍ଲାରେ ବାତ୍ୟା ମୁକାବିଲାରେ ସରକାର ବିଫଳ ହୋଇଛନ୍ତି। ତିତଲି ବାତ୍ୟା ମହା ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ପୂର୍ବାନୁମାନ ଥିଲେ ବି, ଦୁର୍ଗମ ପାହାଡ଼ ପର୍ବତ ଘେରା ଗଙ୍ଗାବାଡ଼ ପଞ୍ଚାୟତ ବାରଘର ଗ୍ରାମର ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଗଲାନି। ସରକାରଙ୍କ ଦାୟିତ୍ବହୀନତା ଓ ମନମୁଖୀ ନିଷ୍ପତ୍ତି ଯୋଗୁଁ ଆଜି ୧୮ ନିରୀହ ଜୀବନ ଚାଲିଗଲା। ଏଥିପାଇଁ ସରକାର ହିଁ ଦାୟୀ। ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରା ଯାଇଥିଲେ ବି ଏତେ ବଡ଼ ଅଘଟଣ ଘଟି ନଥାନ୍ତା। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯଥେଷ୍ଟ ନୁହଁ। ସରକାର ଅଧିକ ଟଙ୍କା ଘୋଷଣା କରନ୍ତୁ। ଆଉ ନେତା ଭଳି ନୁହଁ, ମଣିଷପଣିଆ ମନରେ ରଖି ସେମାନଙ୍କ ସେବା କରାଯାଉ ବୋଲି ସେ କହିଛନ୍ତି। ବହୁ ଜିଲ୍ଲାସ୍ତରୀୟ ନେତା ଉପସ୍ଥିତ ଥିଲେ।
ସରକାରଙ୍କ ଦାୟିତ୍ବହୀନତାରୁ ୧୮ ନିରୀହ ଜୀବନ ଗଲା: ନିରଞ୍ଜନ
ତିତ୍ଲି ପ୍ରଭାବିତ ଅଞ୍ଚଳରେ ପିସିସି ପ୍ରତିନିଧି ଦଳ
/sambad/media/post_attachments/wp-content/uploads/2018/10/Niranjan-Pattnaik-at-Baraghara-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)