ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ପୂର୍ବାହ୍ନ ୧୧ଟା ସୁଦ୍ଧା ହାରାହାରି ୧୮% ଭୋଟ୍ ଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
କନ୍ଧମାଳରେ ୧୬%, ବରଗଡ଼ରେ ୨୦%, ଆସିକାରେ ୨୦%, ସୁନ୍ଦରଗଡ଼ରେ ୧୮% ଏବଂ ବଲାଙ୍ଗୀର ସଂସଦୀୟ ଅଞ୍ଚଳରେ ୧୫% ଭୋଟ୍ ହୋଇଥିବା ଜଣାପଡ଼ିଛି।
ସକାଳ ୯ଟା ସୁଦ୍ଧା ହାରାହାରି ୬. ୫% ଭୋଟ୍ ଦାନ ହୋଇଥିବା କଥା ରାଜ୍ୟ ନିର୍ବାଚନ ଅଧିକାରୀ ପୂର୍ବରୁ ସୂଚନା ଦେଇଥିଲେ।
ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି। ଏଥିରେ ୨୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
୩୫ଟି ବିଧାନସଭା ଆସନ ପାଇଁ ୨୪୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସମୁଦାୟ ୯୧୧୭ଟି ବୁଥ୍ ପ୍ରସ୍ତୁତ କରାଯାଇଛି। ସମୁଦାୟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର୍ ମତଦାନ କରିବେ ବୋଲି ଆଶା କରାଯାଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଲକ୍ଷ ୯୯ ହଜାର ୯୯୯ ଜଣ ନୂତନ ଭୋଟର୍।