ସିନାପାଲି : ସିନାପାଲି ବ୍ଲକ୍ ହାତୀବନ୍ଧା ମୌଜାର ୧୮ଜଣ ଗରିବ ହିତାଧିକାରୀଙ୍କୁ ୧୯୯୮ ମସିହାରେ ଘରଡିହ ପଟ୍ଟା ମିଳିଥିଲା। ଏମାନେ ଏହାର ନକ୍ସା ପାଇବାକୁ ଅନେକ ଥର ଖଡ଼ିଆଳ ତହସିଲଦାରଙ୍କ ସହ ଯୋଗାଯୋଗ କରୁଥିଲେ। ହେଲେ ନପାଇବାରୁ ହତାଶ ହୋଇପଡ଼ିଥିଲେ। ପରେ ହାତୀବନ୍ଧା ଆର୍ଆଇ କିଶୋର ଚନ୍ଦ୍ର ନାଏକଙ୍କ ସହ ଯୋଗାଯୋଗ କରିଥିଲେ। ଆର୍ଆଇ ସେମାନଙ୍କୁ ଜମି ଚିହ୍ନଟ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ୧୦ ତାରିଖ ଦିନ ଉକ୍ତ ୧୮ଜଣ ହିତାଧିକାରୀଙ୍କୁ ପ୍ଲଟ୍ ନଂ ୩୪୩୨ରେ ଉପସ୍ଥିତ ରହିବାକୁ ପରାମର୍ଶ ଦେଇଥିଲେ। ସରଜମିନ ସର୍ବେକ୍ଷଣ ପରେ ହିତାଧିକାରୀମାନଙ୍କ ନକ୍ସା ପ୍ରସ୍ତୁତ କରାଗଲା। ପ୍ରତି ହିତାଧିକାରୀଙ୍କୁ ୪ ଡେସିମିଲ ଲେଖାଏଁ ଘରଡିହ ପଟ୍ଟାର ଦଖଲନାମା ସ୍ଥାନୀୟ ୱାର୍ଡସଭ୍ୟ ତଥା ଗ୍ରାମବାସୀଙ୍କ ଉପସ୍ଥିତରେ ଦିଆଯାଇଥିଲା।
୧୯୯୮ରେ ମିଳିଥିଲା ଘରଡିହ ପଟ୍ଟା, ୨୦୨୧ରେ ମିଳିଲା ଦଖଲ ଅଧିକାର
/sambad/media/post_attachments/wp-content/uploads/2021/04/nuapada-home.jpg)