ଜିଲ୍ଲା ଜଜ୍ କ୍ୟାଡର୍‌କୁ ୧୮ ଜଣଙ୍କ ପଦୋନ୍ନତି

କଟକ : ପଦୋନ୍ନତି ଭିତ୍ତିରେ ଜିଲ୍ଲା ଜଜ୍ କ୍ୟାଡର୍‌ରେ ନିଯୁକ୍ତି ପାଇଁ ୧୮ ଜଣ ବିଚାର ବିଭାଗୀୟ ଅଧିକାରୀଙ୍କୁ ଚୟନ କରାଯାଇଛି। ୨୦୨୧ ବର୍ଷ ପାଇଁ ପଦୋନ୍ନତି ଭିତ୍ତିରେ ଜିଲ୍ଲା ଜଜ୍ କ୍ୟାଡର୍‌ରେ ନିଯୁକ୍ତି ପାଇଁ ଚୟନ କରାଯାଇଥିବା ବିଚାର ବିଭାଗୀୟ ଅଧିକାରୀଙ୍କ ତାଲିକା ହାଇକୋର୍ଟଙ୍କ ପକ୍ଷରୁ ପ୍ରକାଶ ପାଇଛି।

ଜିଲ୍ଲା ଜଜ୍ କ୍ୟାଡର୍‌ରେ ନିଯୁକ୍ତି ପାଇଁ ପ୍ରକାଶିତ ତାଲିକାରେ ଡକ୍ଟର ଦୀପକ ରଂଜନ ସାହୁ, ବିଭୁ ପ୍ରସାଦ ପଣ୍ଡା, ଅଭିଳାଶ ସେନାପତି, ଚିନ୍ମୟ ଗୋଚ୍ଛାୟତ, ଶିବପ୍ରସାଦ ମିଶ୍ର, ଲିଲିପ୍ତା ପଶାୟତ, ସଂଜିତ କୁମାର ବେହେରା, ଡକ୍ଟର କିରଣ କୁମାର ପ୍ରଧାନ, ଶିବ ପ୍ରସାଦ ମହାପାତ୍ର, ବିବଶ୍ବତ ଗୌତମ, ରୀନା ଚୌଧୁରୀ, ସିଏଚ୍‌. ବାସୁଦେବ ପାତ୍ରୋ, ଅଳ୍ପନା ସ୍ବାଇଁ, ସନ୍ତୋଷ କୁମାର ଦାସ ରାୟ, ଲିଲି ସେନାପତି, ସତ୍ୟବ୍ରତ ମିଶ୍ର, ନରେଶ ମହାନ୍ତି ଓ ଅଭିଜିତ ପଲେଇ ରହିଛନ୍ତି।

ସମ୍ବନ୍ଧିତ ଖବର