ଖୋର୍ଧା : ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଙ୍ଗୀ ଓ ବେଗୁନିଆ ତହସିଲ ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଓ ମୋରମ୍‌ ଚାଲାଣ ଓ ଉତ୍ତୋଳନ କାର୍ଯ୍ୟ ଉପରେ ଚଢ଼ଉ ଅବ୍ୟାହତ ରହିଛି। ବେଆଇନ ମାଙ୍କଡ଼ା ପଥର ଓ ମୋରମ ଚାଲାଣ ଓ ଉତ୍ତୋଳନ କାର୍ଯ୍ୟରେ ଲିପ୍ତଥିବା ୧୮ଟି ଗାଡ଼ିକୁ ଜବତ କରାଯାଇଛି।

Advertisment

ଟାଙ୍ଗୀ ତହସିଲ୍‌ ଅନ୍ତର୍ଗତ ନୂଆ ଜଗନ୍ନାଥ ସଡ଼କର ଲେଣ୍ଡୋଠାରୁ କଇଥପଲ୍ଲା ମଧ୍ୟରେ ଟାଙ୍ଗୀ ତହସିଲଦାର ଆଶିଷ କୁମାର ଜେନାଙ୍କ ନେତୃତ୍ଵରେ ଗତକାଲି ରାତିତମାମ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ବେଆଇନ ମାଙ୍କଡ଼ା ପଥର, ବାଲି ଓ ମୋରମ୍‌ ଚାଲାଣ କରାଯାଉଥିବା ୧୦ଟି ଟ୍ରକ୍‌, ୩ଟି ଟ୍ରାକ୍ଟର୍‌ ଓ ଗୋଟିଏ ଟ୍ରାକ୍ଟର୍‌-କମ୍ପ୍ରେସର ଜବତ କରାଯାଇଛି। ଏହିି କାର୍ଯ୍ୟରେ ଟାଙ୍ଗୀ ତହସିଲର କର୍ମଚାରୀ ଓ ପୁଲିସ ସହାୟତା କରିଥିଲେ। ସେହିପରି ବେଗୁନିଆ ତହସିଲ ଅନ୍ତର୍ଗତ ବାଘମାରୀ ଓ ଡିଙ୍ଗରଠାରେ ବେଆଇନ ମାଙ୍କଡ଼ା ପଥର ଓ ମୋରମ୍‌ ଚାଲାଣ ଓ ଉତ୍ତୋଳନ କାର୍ଯ୍ୟରେ ଲିପ୍ତ ୪ଟି ଗାଡ଼ିକୁ ଜବତ କରାଯାଇଛି। ବେଗୁନିଆ ତହସିଲଦାରଙ୍କ ନେତୃତ୍ଵରେ କରାଯାଇଥିବା ଏହି ଚଢ଼ଉରେ ତହସିଲର କର୍ମଚାରୀମାନେ ସହାୟତା କରିଥିଲେ।