୩ ବର୍ଷରେ ଗଲାଣି ୧୮୦ ଜୀବନ, ପ୍ରାକୃତିକ ବିପର୍ଯ୍ୟୟଠୁ ବଳିଗଲାଣି ସର୍ପାଘାତ ଜନିତ ମୃତ୍ୟୁ

ବାଲେଶ୍ବର : ଜିଲ୍ଲାରେ ଏବେ ସାପ ସାଜିଛି କାଳ। କେଉଁଠି ନାଗସାପ ଦଂଶନରେ କାହାର ପ୍ରାଣ ଗଲାଣି ତ ଆଉ କେଉଁଠି ଚିତ୍ତି, ତମ୍ପ, ନାଉଡଙ୍କ, ଚନ୍ଦନବୋଡ଼ା, ରଣା ଭଳି ବିଷଧର ସାପକାମୁଡ଼ାରେ କିଏ ପ୍ରାଣ ହରାଇଲାଣି। ପରିସ୍ଥିତି ଏଭଳି ହେଲାଣି ଯେ ଜିଲ୍ଲାରେ ଏବେ ବ୍ରଜାଘାତ, ପାଣିରେ ବୁଡ଼ି କିମ୍ବା ଅଗ୍ନିକାଣ୍ଡରେ ଯେତିକି ଲୋକଙ୍କର ପ୍ରାଣହାନି ହେଉଛି ତାଠାରୁ ଢେର ଅଧିକ ସଂଖ୍ୟାରେ ସାପ କାମୁଡ଼ାରେ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି।

ଜିଲ୍ଲା ଜରୁରୀକାଳୀନ ବିଭାଗରୁ ମିଳିଥିବା ସୂଚନା ମୁତାବକ, ଗତ ୨ ସପ୍ତାହ ମଧ୍ୟରେ ବାଲେଶ୍ବର ଜିଲ୍ଲାରେ ୯ ଜଣ ପ୍ରାଣ ହରାଇଥିବା ବେଳେ ଗତ ୩ ବର୍ଷରେ ୧୮୦ ଜଣ ସର୍ପଦଂଶନରେ ପ୍ରାଣ ହରାଇଛନ୍ତି। ୨୦୨୦-୨୧ ବର୍ଷର ଚଳିତମାସ ସୁଦ୍ଧା ସର୍ପାଘାତରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯-୨୦ ବର୍ଷରେ ୫୬ ଜଣ ଓ ୨୦୧୮-୧୯ ବର୍ଷରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଅପରପକ୍ଷରେ ଜିଲ୍ଲା ପ୍ରଶାସନ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏଭଳି ମୃତ୍ୟୁ ପଛର ମଧ୍ୟ ବିଭିନ୍ନ କାରଣ ଲୁଚି ରହିଛି। ବ୍ୟାପକ ସତର୍କତା ସହିତ ସଚେତନତାର ଅଭାବ ଏବଂ ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା ଏ ସବୁର ମୁଖ୍ୟ କାରଣ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର