ରାଉରକେଲା: ୧୮୧ କୋଟି ଟଙ୍କା ଜିଏସ୍ଟି ଠକେଇ ଅଭିଯୋଗରେ ରାଜ୍ୟ ଜିଏସ୍ଟି ବିଭାଗ ଏବଂ ରାଉରକେଲା ଜିଏସ୍ଟି ବିଭାଗ ପକ୍ଷରୁ ଅମିତ ଅଗ୍ରୱାଲ ଓରଫ ସୋନୁ ଅଗ୍ରୱାଲ ଏବଂ ତାର ଅନ୍ୟ ଜଣେ ସହଯୋଗୀ ସୁଭାଷ ସ୍ୱାଇଁଙ୍କୁ ଗୁରୁବାରଦିନ ଗିରଫ କରାଯାଇଛି । ଅମିତ ବିଭିନ୍ନ ଲୋକଙ୍କ ନାମରେ ଜାଲ ବିଲ ଏବଂ ଚାଲାଣ କାଟି ବାହାର ରାଜ୍ୟକୁ କୋଟି କୋଟି ଟଙ୍କାର ଇନଗଟ ଏବଂ ସ୍ପଞ୍ଜ ଆଇରନ ସପ୍ଲାଇ କରୁଥିଲା । ସୁଭାଷ ସ୍ୱାଇଁ ମଧ୍ୟ ନିଜ ନାମରେ ଜାଲ କମ୍ପାନୀ କରି ବାହାର ରାଜ୍ୟକୁ ଏହି ସାମଗ୍ରୀ ଚାଲାଣ କରୁଥିଲା । ଏହି ଜାଲ ଜିଏସ୍ଟି କାରବାରରେ ବହୁ ସ୍ପଞ୍ଜ ଆଇରନ କାରଖାନା ଏବଂ ଅନ୍ୟ କିଛି ପ୍ଲାଣ୍ଟ ସାମିଲ ଥିବା ଜିଏସ୍ଟି ବିଭାଗ ତଦନ୍ତରୁ ଜାଣି ପାରିଛନ୍ତି । କେଉଁ କେଉଁ କାରଖାନା ସଲା ସୁତରାରେ ଏହି ଠକେଇ ଚାଲିଥିଲା ତାର ତଦନ୍ତ ଚାଲିଛି । ଜିଏସ୍ଟି ଠକେଇ ମାମଲାରେ ଅମିତ ଏବଂ ସୁଭାଷ ଙ୍କୁ କୋର୍ଟ ଚାଲାଣ କରାଯାଉଥିବା ବେଳେ ଏହି ଠକେଇ ରେ ସମ୍ପୃକ୍ତ ଥିବା ଅନ୍ୟ ମାନକୁ ଖୋଜା ଚାଲିଛି l
ରାଉରକେଲା: ୧୮୧ କୋଟି ଟଙ୍କାର ଜିଏସ୍ଟି ଠକେଇ ମାମଲାରେ ୨ ଗିରଫ
/sambad/media/post_attachments/wp-content/uploads/2020/01/a3954be7-6615-4fa7-88c6-7406e3825620.jpg)