ନୂଆପଡା ଜିଲ୍ଲାକୁ ପୁଣି ଫେରିଲେ ୧୮୨ ପ୍ରବାସୀ ଶ୍ରମିକ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାକୁ ସୋମବାର ପୁଣି ୧୮୨ ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତ। ୧୪୧ ଜଣ ଉତ୍ତରପ୍ରଦେଶରୁ ଓ ୪୧ ଜଣ ତେଲେଙ୍ଗାନାରୁ ଫେରିଥିବା ଜଣାପଡ଼ିଛି। ଏହି ଶ୍ରମିକମାନଙ୍କ ମଧ୍ୟରେ କୋମନା ବ୍ଲକ୍‌ର ୬ ଜଣ, ସିନାପାଲି ବ୍ଲକ୍‌ର ୩୫ ଜଣ ଏବଂ ଖରିଆର ରୋଡ଼ର ୧୪୧ ଜଣ ରହିଛନ୍ତି। ସମସ୍ତଙ୍କ ଏଣ୍ଟିଜେନ ପରୀକ୍ଷା କରାଯାଇଥିଲା। ସିନାପାଲି ବ୍ଲକ୍‌ର ଜଣେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଜିଲ୍ଲାକୁ ଆଜି ପର୍ଯ୍ୟନ୍ତ ମୋଟ ୪୩୭୭ ଜଣ ପ୍ରବାସୀ ଶ୍ରମିକ ଫେରିଛନ୍ତି। ସମସ୍ତଙ୍କୁ ତାଙ୍କ ଘରେ ସଂଗରୋଧରେ ରହିବାକୁ ପରାମର୍ଶ ଦେଇ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର