ବୌଦ୍ଧ: କିଛିମାସ ହେଲା ବୌଦ୍ଧ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚଢ଼ଉ ଜୋରଦାର କରାଯାଇଛି। ଜଙ୍ଗଲ ମଧ୍ୟରେ ଥିବା ଗଞ୍ଜେଇ କିଆରି କାଟି ପୋଡ଼ି ନଷ୍ଟ କରାଯାଉଛି। ରାସ୍ତାରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଗୁଇନ୍ଦା ସୂତ୍ରରୁ ସୂଚନା ସଂଗ୍ରହ କରି ଚଢ଼ଉ କରାଯାଉଛି।
ଜବତ ଗଞ୍ଜେଇ ଏକତ୍ରିତ କରି ପୋଡ଼ି ଦିଆଯାଇଛି। ଅବକାରୀ ଓ ପୁଲିସ ବିଭାଗର ୩୮ଟି ମାମଲାରେ ଜବତ ହୋଇଥିବା ୧୮୨୦ କିଲୋ ୪୦୦ ଗ୍ରାମ୍ ଗଞ୍ଜେଇକୁ ଖୋର୍ଦ୍ଧା ନେଇ ପୋଡ଼ି ନଷ୍ଟ କରିଥିବା ସୂଚନା ମିଳିଛି। ନଷ୍ଟକଲା ବେଳେ ଏସ୍ପି ପ୍ରହଲ୍ଲାଦ ସହାୟ ମୀନା ଓ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକ ଉପସ୍ଥିତଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/18-18.jpg)