କୁହୁଡ଼ି ଯୋଗୁଁ ବିଳମ୍ବରେ ଛାଡ଼ିବ କଳିଙ୍ଗ ଉତ୍କଳ ଏକ୍‌ସପ୍ରେସ

ଭୁବନେଶ୍ୱର: ଆଜି (୪ ତାରିଖ) ପୁରୀରୁ ହରିଦ୍ୱାର ଅଭିମୁଖେ ରାତି ୮ଟା ୫୫ ମିିନିଟରେ ଛାଡ଼ିବାକୁ ଥିବା ୧୮୪୭୭ ପୁରୀ- ହରିଦ୍ୱର କଳିଙ୍ଗ ଉତ୍କଳ ଏକ୍‌ସପ୍ରେସ ଟ୍ରେନ୍‍ ପ୍ରାୟ ୨ଘଣ୍ଟା ୨୦ ମିନିଟ ବିଳମ୍ବରେ ପୁରୀ ଷ୍ଟେସନ ଛାଡ଼ିବ। କଳିଙ୍ଗ ଉତ୍କଳ ଏକସପ୍ରେସ ଟ୍ରେନ୍‌ ଆଜି ରାତି ୧୧ଟା ୧୫ ମିନିଟ ସମୟରେ ପୁରୀ ଷ୍ଟେସନ ଛାଡ଼ିବ। ଉତ୍ତର ଭାରତରେ ପ୍ରବଳ କୁହୁଡ଼ି ଯୋଗୁଁ କନେକ୍ଟିଂ ଟ୍ରେନ ଗୁଡ଼ିକ ବିଳମ୍ବିତ ହେଉ ଥିବାରୁ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର