କରୋନାରୁ ସୁସ୍ଥ ହେଲେ ୧୮୬ ଜଣ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୭୨୦

କଟକରୁ ସର୍ବାଧିକ ୬୨ ଜଣ ସୁସ୍ଥ ହେଲେ

ଭୁବନେଶ୍ୱର: ଆଜି ରାଜ୍ୟର ୧୪ଟି ଜିଲ୍ଲାରୁ ୧୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। କଟକ ଜିଲ୍ଲାରୁ ଆଜି ସର୍ବାଧିକ ୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

ସେହିପରି କନ୍ଧମାଳ ଜିଲ୍ଲାରୁ ୪୧ ଜଣ ସୁସ୍ଥ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଖୋର୍ଦ୍ଧା ଜିଲ୍ଲାରୁ ୩୨ ଜଣ, ଗଂଜାମ ଜିଲ୍ଲାରୁ ୧୨ ଜଣ, ମୟୂରଭଂଜ ଜିଲ୍ଲାରୁ ୮ ଜଣ, ଅନୁଗୁଳ ଜିଲ୍ଲାରୁ ୭ ଜଣ, କେନ୍ଦୁଝର ଜିଲ୍ଲାରୁ ୫ ଜଣ, ମାଲକାନଗିରି, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ, ବାଲେଶ୍ୱର, ଦେବଗଡ଼ ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୩୭୨୦ ହୋଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ୨ ଲକ୍ଷ ୨୪ ହଜାର ୪୦୨ ଜଣଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ପର୍ଯ୍ୟନ୍ତ ମୋଟ ୫୧୬୦ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ୩ ହଜାର ୭୨୦ ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟର ବିଭିନ୍ନ କୋଭିଡ-୧୯ ହସ୍‌ପିଟାଲରେ ୧ ହଜାର ୪୨୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର