ଖୋଳାଯାଇଛି ୧୮୮୧୭ ଏକର କ୍ଷେତ ପୋଖରୀ

ଭୁବନେଶ୍ୱର: କୃଷି ବିଭାଗ ଅଧୀନସ୍ଥ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦେଶାଳୟ ଦ୍ବାରା ‘କ୍ଷେତ ପୋଖରୀ’ ଯୋଜନାରେ ଆରମ୍ଭରୁ ବର୍ତ୍ତମାନସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୮୮୧୭.୧୨ ଏକର ଚାଷଜମିରେ ପୋଖରୀ ଖୋଳାଯାଇଛି। କୋରାପୁଟ ଜିଲ୍ଲାରେ ୭୭୯୭.୫ ଏକର, ମାଲକାନଗିରିରେ ୧୪୮୪, ନବରଙ୍ଗପୁରରେ ୧୦୩୬.୦୬, କେନ୍ଦୁଝର ୯୦୭.୨, ସୁନ୍ଦରଗଡ଼ରେ ୬୭୬.୫ ଓ ଝାରସୁଗୁଡ଼ାରେ ୧.୪୦୨୭ ଏକର ଚାଷଜମିରେ ପୋଖରୀ ଖୋଳା ଯାଇଥିବା ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ କ୍ଷେତ ପୋଖରୀ ଖୋଳାଯାଇ ସମନ୍ବିତ କୃଷି ବାବଦରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୮୯.୨୭୨ ଲକ୍ଷ ଟଙ୍କା ରିହାତି ବ୍ୟୟ କରାଯାଇଛି। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ, ଉଦ୍ୟାନ ନିର୍ଦେଶାଳୟ, ମତ୍ସ୍ୟ ନିର୍ଦେଶାଳୟ, ପ୍ରାଣୀ ସଂପଦ ବିକାଶ ନିର୍ଦେଶାଳୟ ଓ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦେଶାଳୟ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହାଦ୍ବାରା ସଂପୃକ୍ତ ଚାଷୀଙ୍କ ଆୟ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର