୧୮୮ ଜଣ ଭଉଣୀ ନିଜେ ରାକ୍ଷୀ ତିଆରି କରି ଭାଇକୁ ପିନ୍ଧାଇଲେ

ବାଲିଅନ୍ତା: ଅଲାରପୁର ସ୍ଥିତ ମା’ ଜାଗୁଳାଇ ସରସ୍ବତୀ ଶିଶୁ ମନ୍ଦିରର ୧୮୮ ଜଣ ଭଉଣୀ ନିଜେ ରାକ୍ଷୀ ତିଆରି କରି ତାଙ୍କ ଭାଇଙ୍କ ହାତରେ ପିନ୍ଧାଇଥିବା ସୂଚନା ମିଳିଛି। ଆଧୂନିକ ଶୈଳୀରେ କିଛି ଭଉଣୀ ରଙ୍ଗ, ରଙ୍ଗିନ କାଗଜ ସହିତ ଚୁମକି ଭଳି ସାମଗ୍ରୀ ବ୍ୟବହାର କରି ରାକ୍ଷୀ ପ୍ରସ୍ତୁତ କରିଥିଲେ। ଆଉ କିଛି ଛାତ୍ରୀ ଦୁବଘାସ ମୋଡ଼ିକରି ସେଥିରେ ସୁବାସିତ ପତ୍ର ଓ ଫୁଲ ବାନ୍ଧି ପ୍ରସ୍ତୁତ ରାକ୍ଷୀ ଭାଇଙ୍କ ହାତରେ ପିନ୍ଧାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଭଉଣୀ ରାକ୍ଷୀ ତିଆରିନକରି ବଜାରରୁ ରାକ୍ଷୀ ଆଣି ପିନ୍ଧାଇଥିଲେ। ସେହିପରି ଅନୁରୂପ ଭାବେ ଛାତ୍ରମାନେ ରାକ୍ଷୀ ପ୍ରସ୍ତୁତ କରି ଭଉଣୀମାନଙ୍କୁ ପ୍ରଦାନ କରିଥିଲେ। ଚଳିତ ବର୍ଷ କରୋନା କଟକଣା ନିୟମ ପାଳନ ଦୃଷ୍ଟରୁ ରକ୍ଷାବନ୍ଧନ ଉତ୍ସବ ଏଭଳି ଢଙ୍ଗରେ ପାଳନ କରାଯାଇଥିବା ପ୍ରଧାନ ଗୁରୁଜୀ ଶ୍ରୀକାନ୍ତ ଶେଖର ସାମନ୍ତରାୟ କହିଛନ୍ତି।

ସମ୍ବନ୍ଧିତ ଖବର