କଟକ : ୧୯ ଆସିଷ୍ଟାଣ୍ଟ କମାଣ୍ତାଣ୍ଟଙ୍କ ବଦଳି

କଟକ : ଓଡ଼ିଶା ପୁଲିସ୍‌ରେ କାର୍ଯ୍ୟରତ ୧୯ଜଣ ଆସିଷ୍ଟାଣ୍ଟ କମାଣ୍ତାଣ୍ଟଙ୍କ ବଦଳି ହୋଇଛି। ପଦୋନ୍ନତି ଭିତ୍ତିରେ ଖୋର୍ଦ୍ଧା ହୋମ୍‌ଗାର୍ଡ ଆର‌୍‌.ଆଇ. ବିବେକାନନ୍ଦ ବାଗେଙ୍କୁ କୋରାପୁଟ ଆଇଆର‌୍‌ବିକୁ, ଦେଓଗଡ଼ ଆର‌୍‌.ଆଇ. କାଳି ଚରଣ ମାଝୀଙ୍କୁ କଳାହାଣ୍ତି ନବମ ଏସ୍‌ଆଇଆର‌୍‌ ବାଟାଲିଅନ୍‌କୁ, ସୁନ୍ଦରଗଡ଼ ଆର‌୍‌.ଆଇ. ବିକାଶ ଚନ୍ଦ୍ର ହେମ୍ବ୍ରମଙ୍କୁ ଦେଓଗଡ଼ ଆଇଆର‌୍‌ବିକୁ, ଅନୁଗୁଳ ପିଟିସି ଆର‌୍‌.ଆଇ. ରଞ୍ଜିତ ବାର୍ଲାଙ୍କୁ ଭଞ୍ଜନଗର ଏସ୍‌ଆଇଆର‌୍‌ ବାଟାଲିଅନ୍‌କୁ, ରାୟଗଡ଼ା ଆର‌୍‌.ଆଇ. ରଞ୍ଜିତ ହେମ୍ବ୍ରମଙ୍କୁ ଖୋର୍ଦ୍ଧା ଆଇଆର‌୍‌ବିକୁ, ଅନୁଗୁଳ ଆର‌୍‌.ଆଇ. ସୁବଳ ସୋରେଙ୍ଗଙ୍କୁ ଗଜପତି ଏସ୍‌ଏସ୍‌ବିକୁ, ଗଞ୍ଜାମ ଆର‌୍‌ଆଇ ଗଙ୍ଗାଧର ଢଙ୍ଗରଙ୍କୁ କୋରାପୁଟ ଓଏସ୍‌ଏପି ବାଟାଲିଅନ୍‌କୁ, ନୂଆପଡ଼ା ଆର‌୍‌ଆଇ ପଙ୍କଜ କୁମାର ନାଏକଙ୍କୁ ପୁଲିସ୍‌ ମୁଖ୍ୟାଳୟ ସେଣ୍ଟ୍ରାଲ ଷ୍ଟୋର‌୍‌କୁ, ମାଲକାନଗିରି ଆର‌୍‌.ଆଇ. ଦକ୍ଷିଣ ମାରାଣ୍ତିଙ୍କୁ ଓଏସ୍‌ଏପି ଚତୁର୍ଥ ବାଟାଲିଅନ୍‌କୁ, କୋରାପୁଟ ଆଇଆର‌୍‌ବି ସୁବେଦାର ନାରାୟଣ ରାଉତଙ୍କୁ ଓଏସ୍‌ଏପି ତୃତୀୟ ବାଟାଲିଅନ୍‌କୁ, ଓଏସ୍‌ଏପି ସପ୍ତମ ବାଟାଲିଅନ ସୁବେଦାର ସୁବାସ ଚନ୍ଦ୍ର ପ୍ରଧାନଙ୍କୁ ଓଏସ୍‌ଏପି ଚତୁର୍ଥ ବାଟାଲିଅନ୍‌କୁ, ଓଏସ୍‌ଏପି ଅଷ୍ଟମ ବାଟାଲିଅନ୍‌ ସୁବେଦାର ନିଳାମ୍ବର ପରିଡ଼ାଙ୍କୁ ଗୁଣୁପୁର ଆଇଆର‌୍‌ବିକୁ, ଓଏସ୍‌ଏପି ଚତୁର୍ଥ ବାଟାଲିଅନ୍‌ର ସୁବେଦାର ସୁରତ କୁମାର ସୁନାଙ୍କୁ ନବମ ଏସ୍‌ଆଇଆର‌୍‌ବିକୁ, ସମ୍ବଲପୁର ପ୍ରଥମ ଏସ୍‌ଏସ୍‌ବିର ସୁବେଦାର ଲକ୍ଷ୍ମୀନାରାୟଣ ମାଝୀଙ୍କୁ ରାୟଗଡ଼ା ଆଇଆର‌୍‌ବିକୁ, ପଞ୍ଚମ ଆଇଆର‌୍‌ବିର ସୁବେଦାର ମହେନ୍ଦ୍ର ଭୋଇଙ୍କୁ ନବମ ଏସ୍‌ଆଇଆର‌୍‌ବିକୁ, ଦ୍ବିତୀୟ ଆଇଆର‌୍‌ବିର ଘନଶ୍ୟାମ ହେମ୍ବ୍ରମଙ୍କୁ ଓଏସ୍‌ଏପି ଦ୍ବିତୀୟ ବାଟାଲିଅନ୍‌ କେନ୍ଦୁଝରକୁ ବଦଳି ହୋଇଛି। ସେହିପରି ପୂର୍ବରୁ ଆସିଷ୍ଟାଣ୍ଟ କମାଣ୍ତର ପଦବିରେ କାର୍ଯ୍ୟ କରୁଥିବା ପୁଲିସ୍‌ ମୁଖ୍ୟାଳୟ ସେଣ୍ଟ୍ରାଲ ଷ୍ଟୋର‌୍‌ର ଦୀପକ କୁମାର ଗଡ଼ନାୟକଙ୍କୁ ଓଏସ୍‌ଏପି ତୃତୀୟ ବାଟାଲିଅନ୍‌କୁ, ଏସ୍‌ଓଜିର ତାପସ ର˚ଜନ ମହାପାତ୍ର ଓ ଭାବଗ୍ରାହୀ ସି˚ହ ବରିହାଙ୍କୁ ଭୁବନେଶ୍ବର ସିକ୍ୟୁରିଟି ଵିଙ୍ଗ୍‌କୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର