ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେଲେ ପୁଣି ୩ ଆକ୍ରାନ୍ତ, ସଂଖ୍ୟା ୧୯ ଛୁଇଁଲା

କଟକ: କଟକ ଅଶ୍ୱନୀ କୋଭିଡ୍ -୧୯ ହସ୍ପିଟାଲରେ ଆଜି ଭର୍ତ୍ତି ହୋଇଛନ୍ତି ୩ କରୋନା ଆକ୍ରାନ୍ତ। ସନ୍ଧ୍ୟାରେ କଳାହାଣ୍ଡିର ବିଦେଶ ଫେରନ୍ତା ଯୁବକଙ୍କୁ ଭର୍ତ୍ତି କରାଯାଇଛି। ଅନ୍ୟପଟେ ରବିବାର ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ବମିଖାଲ ଓ କପିଳ ପ୍ରସାଦ ହାଉସିଂ କଲୋନୀର ୭୦ବର୍ଷର ବୃଦ୍ଧଙ୍କୁ ମଧ୍ୟ ରାତି ୭ଟାରେ ଭର୍ତ୍ତି କରାଯାଇଛି। ତେବେ ଅଶ୍ୱନୀ କୋଭିଡ଼- ୧୯ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ଆକ୍ରାନ୍ତଙ୍କ ଅବସ୍ଥା ଭଲ ରହିଛି ଓ ସମସ୍ତଙ୍କୁ ସ୍ୱତନ୍ତ୍ର ଭାବେ ଅଲଗା କେବିନରେ ରଖାଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୯ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସେଥିରୁ ୨ଜଣ କ୍ୟାପିଟାଲ ହସ୍ପିଟାଲ ଓ ବାକି ୧୯ଜଣ କଟକ ଅଶ୍ୱନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରର ସର୍ବାଧିକ ୩୨ଜଣ, ଭଦ୍ରକର ୩, କଟକ, ଯାଜପୁର, ପୁରୀ ଓ କଳାହାଣ୍ଡିରୁ ଜଣେ ଲେଖାଏ ରହିଛନ୍ତି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ତଥା ନୋଡାଲ ଅଫିସର ଶୁଭ୍ରାଂଶୁ ମିଶ୍ର ଅଶ୍ୱନୀ କୋଭିଡ଼ ହସ୍ପିଟାଲରେ ପହଁଚି ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନା ଅନୁସାରେ, ବର୍ତ୍ତମାନ କଟକରେ ନିର୍ମିତ ୧୫୦ ଶଯ୍ୟା ଓ ୩୫ ଆଇସିୟୁ ବିଶିଷ୍ଟ କୋଭିଡ୍ ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ଓ ପରାମେଡିକାଲ ଷ୍ଟେଫ ଚିକିତ୍ସା ସେବାରେ ଲାଗିଥିବା ଜଣାପଡିଛି। କିନ୍ତୁ ଏସ୍ ସିବିରୁ କୌଣସି ଡାକ୍ତରୀ ଦଳ ଅନୁଧ୍ୟାନ ପାଇଁ ଯାଇନଥିବା ଏସ୍ ସିବି ପକ୍ଷରୁ ଜଣାପଡିଛି।

ସମ୍ବନ୍ଧିତ ଖବର