କରୋନା ଭାଇରସ: ବମିଖାଲରେ ୩ ଦିନରେ ୧୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ରାତିରେ ଭୁବନେଶ୍ବରର ବମିଖାଲ୍ ଅଞ୍ଚଳରୁ ଏକାବେଳେକେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମାତ୍ର ୩ ଦିନ ମଧ୍ୟରେ ଏଠାରୁ ୧୯ ଜଣ ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଥିସହ ରାଜଧାନୀ ସହରର ଏହା କରୋନା ହଟସ୍ପଟ୍ ପାଲଟି ଯାଇଛି।

୩ ତାରିଖ ରାତିରେ ବମିଖାଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପୁଣି ଏହି ୩ ଜଣ ଗୋଟିଏ ପରିବାରର ବୋଲି ଜଣାପଡ଼ିଥିଲା। ଗତକାଲି ଏହି ୩ ଜଣଙ୍କର ଗସ୍ତ ବିବରଣୀ ଦେଇ ବିଏମସି କମିସନର କରିଥିଲେ ଯେ  ଜଣେ କରୋନା ଆକ୍ରାନ୍ତଙ୍କ ବାପା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଯାଇଥିଲେ। ସେଠାରୁ ସେ ସଂକ୍ରମିତ ହୋଇ ଆସିଥାଇ ପାରନ୍ତି।

ଆଜି ଅପରାହ୍ନରେ ଭୁବନେଶ୍ୱରରୁ ୨ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ଏଥିରୁ ଜଣେ ବ୍ୟକ୍ତି କପିଳପ୍ରସାଦ ହାଉସିଂ ବୋର୍ଡର ବାସିନ୍ଦା ଓ ଅଷ୍ଟ୍ରେଲିଆରୁ ଫେରିଥିବା ବେଳେ ଅନ୍ୟ ଜଣକ ବମିଖାଲର ୨୯ ବର୍ଷିଅ ଯୁବକ ବୋଲି ଜଣାପଡ଼ିଥିଲା । ପୁଣି ଏକଥା ବି ସୂଚନା ମିଳିଛି ଯେ ଯୁବକ ପ୍ରଥମ ତିନି ଜଣଙ୍କ ପରିବାରର ସଦସ୍ୟ। ତେବେ ଏ ନେଇ ସରକାରୀ ତଥ୍ୟ ମିଳିନାହିଁ।

ସମ୍ବନ୍ଧିତ ଖବର