ବଙ୍ଗୋମୁଣ୍ତା: ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ୧୯ ଜଣ ଦାଦନ ଶ୍ରମିକଙ୍କୁ ମଙ୍ଗଳବାର ରାତିରେ ବଙ୍ଗୋମୁଣ୍ଡା ପୁଲିସ ଉଦ୍ଧାର କରିଛି। ପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଛି। ଏହି ଶ୍ରମିକମାନଙ୍କ ମଧ୍ୟରେ ୧୧ ଜଣ ପୁରୁଷ, ୮ଜଣ ମହିଳା ରହିଛନ୍ତି। ସେମାନଙ୍କ ସହିତ ୬ ଜଣ ଶିଶୁ ମଧ୍ୟ ରହିଛନ୍ତି। ସମସ୍ତେ କଳାହାଣ୍ଡି ଜିଲ୍ଲା ପୂର୍ଣ୍ଣିବାହାଲ ଓ କୋକସରା ଗ୍ରାମର ବୋଲି ଜଣାପଡ଼ିଛି। ସେମାନଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ସର୍ଦ୍ଦାର ସିନାପାଲି ଥାନା ଗମ୍ଭାରିଗୁଡ଼ା ଗାଁର ଚକ୍ର ବାଗଙ୍କୁ କୋର୍ଟ ଚାଲାଣ କରାଯାଇଛି।
ସୂଚନା ଅନୁସାରେ, ମଙ୍ଗଳବାର ରାତିରେ ଖରିଆର ପଟରୁ ଏବ ବଲେରୋରେ ଏହି ଶ୍ରମିକମାନଙ୍କୁ ବଙ୍ଗୋମୁଣ୍ଡା ଦେଇ କ୍ଟାଣ୍ଟାବାଞ୍ଜି ରେଳ ଷ୍ଟେସନକୁ ନିଆଯାଉଥିଲା। ଖବର ପାଇ ପୁଲିସ ସ୍ଥାନୀୟ ଗୋଲେଇ ଛକରେ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/31-20.jpg)