ବିଜେପିରୁ ୧୯ ବହିଷ୍କୃତ

ଭୁବନେଶ୍ବର : ବିଜେପିରୁ ଆଜି ୧୯ ଜଣଙ୍କୁ ବହିଷ୍କାର କରାଯାଇଛି। ସେମାନେ ହେଲେ ଗଜପତିର ମଣ୍ଡଳ ଲୋକାନାଧମ, ରାୟଗଡ଼ାର ନକୁଳ ସେନାପତି ଓ ମିନକେତନ ହିକ୍କା, ପୁରୀର ରାମଚନ୍ଦ୍ର ବେହେରା, ସୁଶାନ୍ତ କାନୁନ୍‌ଗୋ, ବିଶ୍ବଜିତ ମହାନ୍ତି, ବିଜୟଲକ୍ଷ୍ମୀ ତ୍ରିପାଠୀ, ଶାନ୍ତନୁ ଦଳାଇ ଓ ଶାନ୍ତିମୟୀ ଦଳାଇ, କେନ୍ଦ୍ରାପଡ଼ାର ଦେବାଶିଷ ଦାସ, ରଶ୍ମିତା ଦାସ, ଅଚିନ୍ତ ମାଇତି, ଉଷାରାଣୀ ମିଶ୍ର, ନାରାୟଣ ପ୍ରସାଦ ସ୍ବାଇଁ ଓ ସନ୍ତୋଷ ଜେନା, ବାଲେଶ୍ବରର ଶ୍ରୁତିରେଖା ପାଣିଗ୍ରାହୀ, ଜୟନ୍ତୀ ଜେନା, ମଞ୍ଜୁଲତା ସିଂହ ଓ ରାଜକିଶୋର ହାଁସଦା। ଜିଲ୍ଲା ସଭାପତିମାନଙ୍କ ସୁପାରିସ୍‌କ୍ରମେ ରାଜ୍ୟ ସଭାପତି ସମୀର ମହାନ୍ତି ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ଏହି ସଦସ୍ୟମାନଙ୍କୁ ବହିଷ୍କାର କରିଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର