କଟକ: ଢେଙ୍କାନାଳ ଜିଲ୍ଳା ମେରାମୁଣ୍ଡଳିସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ ଫର୍ନେସ ଫାଟିବା ଘଟଣାକୁ ନେଇ ଆହତଙ୍କ ସଂପର୍କୀୟ ମୁହଁ ଖୋଲିଛନ୍ତି। କମ୍ପାନିର ପରିଚାଳନାଗତ ତ୍ରୁଟି ପାଇଁ ଏହି ଅଭାବନୀୟ ଘଟଣା ଘଟିଛି ବୋଲି ଆହତଙ୍କ ସଂପର୍କୀୟମାନେ କହିଛନ୍ତି।
/sambad/media/post_attachments/wp-content/uploads/2023/06/କଟକ୧.jpg)
କାରଖାନାରେ ଷ୍ଟିମ୍ ଲାଇନ୍ ବିସ୍ଫୋରଣ କଟକର ଏକ ଘରୋଇ ହସ୍ପିଟାଲରେ ୧୯ ଜଣଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତି ଗୁରୁତର ହୋଇଥିବା ଯୋଗୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ଥିବା ଆହତଙ୍କ ୭୫ ପ୍ରତିଶତ ଶରୀର ପୋଡ଼ି ଯାଇଛି। ଯାହା ଫଳରେ ତାଙ୍କର ଜୀବନ ପ୍ରତି ବିପଦ ଥିବା ସୂଚନା ଦେଇଛନ୍ତି ହସ୍ପିଟାଲ ଅଧ୍ୟକ୍ଷ ସୁବ୍ରତ ଜେନା। ଅନ୍ୟ ୧୫ ଜଣ ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଆହତଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଆଇସିୟୁରେ ଥିବା ଗୁରୁତରଙ୍କର ଶରୀର ୫୦ ପ୍ରତିଶତ ପୋଡ଼ି ଯାଇଥିବା ଅନ୍ୟ ଆହତମାନଙ୍କର ମୁଁହ, ହାତ, ଛାତି ଓ ପେଟ ପୋଡି ଯାଇଛି। ଯେହେତୁ ବର୍ଣ୍ଣ କେଶ୍ ରହିଛି ତେଣୁ ସମ୍ପୂର୍ଣ ଠିକ ହେବା ପାଇଁ ଅଧିକ ସମୟ ଲଗିବ।
ସେହିଭଳି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଘରୋଇ ହସ୍ପିଟାଲରେ ଚିକିତ୍ସତ ଆହତମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ବର୍ତ୍ତମାନ ୧୯ ଜଣ କଟକକୁ ସ୍ଥାନାନ୍ତରିତ କରାଯାଇଛି ସେ ବୋଲି କହିଛନ୍ତି।
ଅନପଟରେ କଂପାନି ପକ୍ଷରୁ କୁହାଯାଇଛି ଯେ, ଦୁର୍ଘଟଣାକୁ ଆମେ ଗୁରୁତର ସହିତ ନେଇଛୁ। ଜରୁରୀକାଳୀନ ପଦକ୍ଷେପ ନିଆଯାଇଛି। ଦୁର୍ଘଟଣାର ସାମ୍ନା କରିଥିବା ଶ୍ରମିକମାନଙ୍କର ପରିବାର ଲୋକଙ୍କ ସହିତ ଯୋଗାେଯୋଗ କରାଯାଇଛି। ପୀଡିତ ପରିବାରକୁ କଂପାନି ପକ୍ଷରୁ ସମର୍ଥନ ଦିଆଯିବ। ଘଟଣାର ତଦନ୍ତ କରୁଛି। ଆମେ ସୁରକ୍ଷାକୁ ଗୁରୁତ୍ବ ଦେଉଛୁ।ଏହି ଦୁର୍ଘଟଣା ପରେ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଛି। ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ମାତ୍ର ଅନ୍ୟମାନଙ୍କ ଅବସ୍ଥା ନର୍ମାଲ୍ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/କଟକ.jpg)