ଭୁବନେଶ୍ବର : ତେଲେଙ୍ଗାନାର କରିମନଗରରେସ୍ଥିତ ଇଟାଭାଟିରେ କାର୍ଯ୍ୟରତ ୧୯ ପ୍ରବାସୀ ଓଡ଼ିଆ ଶ୍ରମିକ ନିର୍ଯାତିତ ହେଉଛନ୍ତି। ଏନେଇ ଏକ ଭିଡିଓରେ ସେମାନଙ୍କୁ ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି। ଏଥିରେ ୧୦ ରୁ ୧୭ ବର୍ଷ ପର୍ଯ୍ୟନ୍ତ ୭ ଜଣ ଶିଶୁ ଶ୍ରମିକ ମଧ୍ୟ ରହିଛନ୍ତି।
ଏହି ଶ୍ରମିକମାନେ ଅତି ଦୟନୀୟ ସ୍ଥିତିରେ ରହିଥିବା ନେଇ କରିମନଗର ଶ୍ରମ ବିଭାଗର ଡେପୁଟି କମିସନର ଅବଗତ ହେବା ପରେ ବିସ୍ତୁତ ତଥ୍ୟ ଦେବା ପାଇଁ ତେଲେଙ୍ଗାନାର ସହକାରୀ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି। ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ଏଭଳି ସ୍ଥିତି ନେଇ ରାଜ୍ୟ ସରକାର ଅବଗତ ଅଛନ୍ତି କା ନାହିଁ ତାହା ଜଣାପଡ଼ି ନାହିଁ। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଏହି ଶ୍ରମିକମାନେ ଭିଡିଓ ଜାରି କରିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/bricks.jpg)
