କଳାହାଣ୍ଡି ଜିଲ୍ଲାରେ ଆଜି ୧୯ କରୋନା ପଜିଟିଭ ଚିହ୍ନଟ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ୧୯ କରୋନା ପଜିଟିଭ ଚିହ୍ନଟ ହୋଇଛି । ଭବାନୀପାଟଣା ବ୍ଳକରେ ୮ ଜଣ, କେସିଙ୍ଗା ବ୍ଳକରେ ୪ ଜଣ, ଜୁନାଗଡ଼ ବ୍ଳକରେ ୩ଜଣ, ଲାଞ୍ଜିଗଡ଼ ବ୍ଳକରେ ୨ଜଣ, ନର୍ଲା ବ୍ଳକରେ ଜଣେ ଓ ଧର୍ମଗଡ଼ ବ୍ଳକରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିଭଳି ଗତକାଲି ମଧ୍ୟରାତ୍ରିରେ କେସିଙ୍ଗା ବ୍ଳକରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୧୧୫୭ରେ ପହଁଚିଛି ।

ସମ୍ବନ୍ଧିତ ଖବର

Comments are closed.