ଭୁବନେଶ୍ୱର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି।

Advertisment

ଇଡ଼୍‍କୋ ତରଫରୁ ଆଜି ୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ସଂଜୀବ ଚୋପ୍ରା ଓ ଇଡକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ ସିଂ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପରିମାଣର ଚେକ୍‌ ପ୍ରଦାନ କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଫସଫେଟ ଲିମିଟେଡ ୧ କୋଟି ୨୫ ଲକ୍ଷ, ଓଡ଼ିଶା ସମାଜ ୟୁଏଇ ୩ ଲକ୍ଷ, ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟର୍ସ ଆସୋସିଏସନ ୬୧ ହଜାର, ଏମ୍‌ଡି ଟିଆର୍‌ଏଲ କ୍ରୋଷାକି ରେଫ୍ରାକ୍ଟୋରିଜ୍‌ ଲିମିଟେଡ ୩୦ ଲକ୍ଷ, କଲିକତା ଜଗନ୍ନାଥ ସେବା ସମିତି ୬୦ ହଜାର, କଟକ ପୋଷ୍ଟଲ ଆକାଉଣ୍ଟ ଅଫିସ ରିକ୍ରଏସନ କ୍ଲବ ୨୫ ହଜାର, କେ.ସି. ପ୍ରଧାନ ୧ ଲକ୍ଷ, ଓଡ଼ିଶା ଅର୍ଥ ସେବା ସଂଘ ୩ ଲକ୍ଷ, ମଦୁରାଇର ମିନାଷୀ ମିଶନ ହସ୍ପିଟାଲର ନିର୍ଦ୍ଦେଶକ ଡଃ ନରେନ୍ଦ୍ର ନାଥ ଜେନା ୫୦ ହଜାର, ଭୁବନେଶ୍ୱରର ପର୍ଶୁରାମ ମିତ୍ର ମଣ୍ଡଳ ୧ ଲକ୍ଷ, ରଶ୍ମୀ ମେଟାଲିକ୍‌ସ ଲିମିଟେଡ ୫୦ ଲକ୍ଷ, ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ୧ ଲକ୍ଷ, ରୋଡିଅନ୍‌ ସଲ୍ୟୁସନସ୍‌ ପ୍ରାଇଭେଟ୍‌ ଲିମିଟେଡ ୧ ଲକ୍ଷ, ଏକେଏମ୍‌ ଆଗ୍ରୋ ପ୍ରୋସେସିଙ୍ଗ ୯ ଲକ୍ଷ, ଅଲ୍‌ ଇଣ୍ଡିଆ ଉଇଭରସ୍‌ େଓ୍ଵଲଫେୟାର ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ, ହିଞ୍ଜିଲିକଟ ୨୩,୨୧୭, ଭୁବନେଶ୍ୱର ଟ୍ରକ ମାଲିକ ସଂଘ ୧,୧୧,୧୧୧ ଟଙ୍କା, ମାତୃଦତ୍ତ ବାରିକ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏହିପରି ଆଜି ୧୯ଟି ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ୧୨ କୋଟି ୨୦ ଲକ୍ଷ ୫୦ ହଜାର ୩୨୮ ଟଙ୍କା ଦାନ କରାଯାଇଛି।

ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।