ସ୍ୱାଧୀନତା ଦିବସରେ ମୁକୁଳିବେ ୧୯ କଏଦୀ

ଭୁବନେଶ୍ବର : ରାଜ୍ୟର ୮ଟି ଜେଲ୍‌ରୁ ଜଣେ ମହିଳା କଏଦୀଙ୍କ ସମେତ ୧୯ ଜଣ କଏଦୀ ସ୍ୱାଧୀନତା ଦିବସରେ ମୁକ୍ତ ହେବେ। ସ୍ୱାଧୀନତାର ୭୫ ବର୍ଷ ପାଇଁ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ତେଣୁ ଏନେଇ କେନ୍ଦ୍ର ଆଇନ ବିଭାଗ ସମସ୍ତ ରାଜ୍ୟର କାରାଗାର ନିର୍ଦ୍ଦେଶକଙ୍କୁ କଏଦୀଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେଉଁ କଏଦୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି, ସେମାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶନାମା ଦିଆଯାଇଥିଲା। ଜେଲ୍ ବିଭାଗର ଆଭ୍ୟନ୍ତରୀଣ କମିଟି ଓଡ଼ିଶାର ୮ଟି ଜେଲ୍‌ରୁ ୧୯ଜଣ କଏଦୀଙ୍କ ନାମ ଚୟନ କରିଥିଲା। ପରେ ତାହାକୁ ଆଇନ ବିଭାଗ ନିକଟକୁ ପଠାଯାଇଥିଲା। ସେଠାରେ ଏହି ୧୯ କଏଦୀ ମୁକ୍ତ ହେବା ନେଇ ମୋହର ବାଜିବା ପରେ ରାଜ୍ୟପାଳଙ୍କ ଅନୁମତି ଲୋଡ଼ାଯାଇଥିଲା।

ମୁକ୍ତ ହେବାକୁ ଥିବା ୧୯ କଏଦୀଙ୍କ ମଧ୍ୟରେ ବ୍ରହ୍ମପୁର ସର୍କଲ ଜେଲ୍‌ରୁ ୬ଜଣ, କେନ୍ଦୁଝର ଜିଲ୍ଲା ଜେଲ୍‌ରୁ ୪ଜଣ, ପୁରୀ ଜିଲ୍ଲା ଜେଲ୍‌ରୁ ୩, କୋରାପୁଟ ସର୍କଲ ଜେଲ୍‌ରୁ ୨ଜଣ, ବାଲେଶ୍ୱର ଜିଲ୍ଲା ଜେଲ୍‌, ଚୌଦ୍ୱାର ସର୍କଲ ଜେଲ୍‌, ସୁନ୍ଦରଗଡ଼ ଜିଲ୍ଲା ଜେଲ୍‌ ଏବଂ ମଦନୁର-ରାମୁର ସବ୍-ଜେଲ୍‌ରୁ ଜଣେ ଲେଖାଁଏ କଏଦୀ ରହିଛନ୍ତି।

ସମ୍ବନ୍ଧିତ ଖବର