ହାଇକୋର୍ଟରେ ୧,୯୦,୨୨୫ ମାମଲା ଏବେ ବିଚାରାଧୀନ

ଭୁବନେଶ୍ବର : ଓଡ଼ିଶା ଉଚ୍ଚ ନ୍ୟାୟଳୟରେ ୩୩ଜଣ ବିଚାରପତି କାର୍ଯ୍ୟ କରିବା ସ୍ଥାନରେ ବର୍ତ୍ତମାନ ୨୨ଜଣ ବିଚାରପତି କାର୍ଯ୍ୟରତ ଅଛନ୍ତି। ସେହିପରି ଓଡ଼ିଶା ହାଇକୋର୍ଟରେ ୧,୯୦,୨୨୫ଟି ମାମଲା ବିଚାରାଧୀନ ଅଛି। ବିଧାୟକ ଅନନ୍ତ ଦାସଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏହି ସୂଚନା ଦେଇଛନ୍ତି।

ଏହାବାଦ୍ ମନ୍ତ୍ରୀ ଶ୍ରୀ ସାରକା ସୂଚନା ଦେଇଛନ୍ତି ଯେ ୨୦୧୯ ଏବଂ ୨୦୨୦ରେ ୮୫,୮୩୪ଟି ମାମଲା ଲୋକ ଅଦାଲତ ଦ୍ବାରା ଫଇସଲା ହୋଇଛି। କଟକ ଜିଲ୍ଲାରେ ସର୍ବାଧିକ ୨୩୬୯୦ଟି ଏବଂ ସୋନପୁରରେ ସବୁଠୁ କମ୍‌ ୧୭୬ଟି ମାମଲା ଲୋକ ଅଦାଲତରେ ଫଇସଲା ହୋଇଛି। ସେହିପରି ଓଡ଼ିଶାରୁ ତିନି ଜଣ ବଚାରପତି ତ୍ରିପୁରା, ଉତ୍ତରାଖଣ୍ଡ, କଲିକତା ଉଚ୍ଚ ନ୍ୟାୟଳୟରେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର