ଗତ ୨୪ ଘଣ୍ଟା ଭିତରେ ୧୯୩ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ସାଢ଼େ ୧୦ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୨୩ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୮ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୩ ଜଣ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧ ଜଣ, କଟକରୁ ୧୨ ଜଣ, ଢେଙ୍କାନାଳରୁ ୨ ଜଣ, ଗଞ୍ଜାମରୁ ୬ ଜଣ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୧୪ ଜଣ, ଝାରସୁଗୁଡ଼ାରୁ ୪ ଜଣ, କନ୍ଧମାଳରୁ ୪ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୮୮ ଜଣ, ମୟୂରଭଞ୍ଜରୁ ୧୧ ଜଣ, ନୟାଗଡ଼ରୁ ୧ ଜଣ, ପୁରୀରୁ ୩ ଜଣ, ସମ୍ୱଲପୁରରୁ ୭ ଜଣ, ସୁନ୍ଦରଗଡ଼ରୁ ୩ ଜଣ ଓ ଷ୍ଟେଟ ପୁଲରୁ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୫୦ହଜାର ୦୬୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୩୯ ହଜାର ୨୦୪ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨ ହଜାର ୩୮୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର