ଓଡ଼ିଶାରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୧୯୩୧ ନୂଆ ଆକ୍ରାନ୍ତ

ଭୁବନେଶ୍ୱର :  ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୯୩୧ ଟି ନୂଆ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଗୁଡ଼ିକ ମଧ୍ୟରୁ ୮୧୧ ଟି ସ୍ଥାନୀୟ ସଂକ୍ରମଣ ଥିବାବେଳେ ୧୧୨୦ ଟି ମାମଲା କ୍ୱାରାଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛି ।

ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଚିହ୍ନଟ ହୋଇଥିବା ୧୯୩୧ଟି ମାମଲା ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୭୩ ଟି ଓ କଟକ ଜିଲ୍ଲାରୁ ୧୫୩ ଟି ମାମଲା ରହିଛି ।  ସେହିପରି ପୁରୀରୁ ୭୨ଟି, ଜଗତସିଂହପୁରରୁ ୭୮, ବରଗଡ଼ରୁ ୬୬, ବାଲେଶ୍ୱରରୁ ୭୩, ଅନୁଗୁଳରୁ ୧୨୦ଟି, ମୟୁରଭଞ୍ଜରୁ ୯୯, ଝାରସୁଗୁଡ଼ାରୁ ୫୬, ନୂଆପଡ଼ାରୁ ୪୩, ସମ୍ବଲପୁରରୁ ୩୭, ବଲାଙ୍ଗୀରରୁ ୬୪ଟି ମାମଲା ଚିହ୍ନଟ ହୋଇଛି । ଅନ୍ୟପକ୍ଷରେ କେନ୍ଦୁଝରରୁ ୬୫ ଟି, ନବରଂଗପୁରରୁ ୬୨ଟି, କୋରାପୁଟରୁ ୨୯ଟି, ରାୟଗଡ଼ାରୁ ୨୫ଟି, ସୋନପୁରରୁ ୩୦ଟି, ଭଦ୍ରକରୁ  ୬୬ଟି, ନୟାଗଡ଼ରୁ ୨୩ଟି, ସୁନ୍ଦରଗଡ଼ରୁ ୧୦୪ଟି,  ଢେଙ୍କାନାଳରୁ ୩୫ଟି  ଏବଂ ରାଜ୍ୟ ପୁଲରୁ ୫୧ଟି ମାମଲା ଚିହ୍ନଟ ହୋଇଛି ।

 

୧୯୩୧ଟି ନୂଆ ମାମଲା ସହ ଓଡ଼ିଶାର ମୋଟ କରୋନା ସଂକ୍ରମଣ ମାମଲା ସଂଖ୍ୟା ୨ ଲକ୍ଷ ୭୪ ହଜାର ୧୮୧ରେ ପହଞ୍ଚିଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୨୦୭୫୦ ଥିବାବେଳେ ୨୫୨୧୯୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୬୨୨ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୪୧୫୯୩୯୪ ଟି କରୋନା ପରୀକ୍ଷା କରାଯାଇଛି ।

ସମ୍ବନ୍ଧିତ ଖବର