ରାଜ୍ୟର ପାରିପାର୍ଶ୍ବିକ ବିକାଶ ବାବଦରେ ଶିଳ୍ପସଂସ୍ଥା ଖର୍ଚ୍ଚ କରିଛନ୍ତି ୧୯୪୫ କୋଟି

ଭୁବନେଶ୍ବର : ରାଜ୍ୟର ପାରିପାର୍ଶ୍ବିକ ବିକାଶ ବାବଦରେ ଶିଳ୍ପ ସଂସ୍ଥାମାନେ ନିଜର ସାମାଜିକ କର୍ତବ୍ୟବୋଧ ପାଣ୍ଠି(ସିଏସ୍‌ଆର)ରୁ ବିଗତ ୫ବର୍ଷରେ ୧୯୪୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୭-୧୮ରୁ ୨୦୨୧-୨୨ ମସିହା ଭିତରେ ଏହି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଦେବ କହିଥିଲେ ଯେ ସିଏସ୍‌ଆର ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଚଳିତ ‘ଗୋ କେୟାର’ ପୋର୍ଟାଲରେ ଅପଲୋଡ କରାଯାଉଛି। ସିଏସ୍‌ଆର ସଂକ୍ରାନ୍ତ କାର୍ଯ୍ୟ କମ୍ପାନି ଅଧିନିୟମ-୨୦୧୩ର ଧାରା ୧୩୫ରେ ଉଲ୍ଲେଖିତ ବ୍ୟବସ୍ଥାମତେ ସଂପାଦିତ ହେଉଥିବା ଦୃଷ୍ଟିରୁ ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସିଧାସଳଖ ଭୂମିକା ନାହିଁ।

ସମ୍ବନ୍ଧିତ ଖବର