ନିଯୁକ୍ତି ପାଇବେ ୧୯୫୦ ସହକାରୀ ସର୍ଜନ୍

ଭୁବନେଶ୍ବର : ରାଜ୍ୟରେ ଖାଲିଥିବା ଗ୍ରୁପ-ଏ(ଜୁନିୟର ବ୍ରାଞ୍ଚ)ର ୧୯୫୦ ଜଣ ସହକାରୀ ସର୍ଜନ ନିଯୁକ୍ତି ପାଇଁ ନାମ ସୁପାରିସ୍‌ କରିବାକୁ ଓଡ଼ିଶା ଲୋକସେବା ଆୟୋଗଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଖାଲିଥିବା ୧୯୫୦ ପଦ ମଧ୍ୟରୁ ୫୮୫ଟି ପଦ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ସାଧାରଣ ବର୍ଗର ୨୫୧ଜଣ ମହିଳାଙ୍କ ସମେତ ୮୩୮ଟି ଏସ୍‌ସି ବର୍ଗରେ ୧୩୧ଜଣ ମହିଳାଙ୍କ ସମେତ ୪୩୫ ଓ ଏସ୍‌ଟି ପଦବିରେ ୨୦୩ଜଣ ମହିଳାଙ୍କ ସମେତ ୬୭୭ଟି ପଦ ରହିଛି। ଏ ନେଇ ଆଜି ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦା ଓଡ଼ିଶା ଲୋକସେବା ଆୟୋଗଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର