ବାହାନଗା ଟ୍ରେନ୍ ଦୁର୍ଘଟଣା:ଏବେ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ୧୯୮ ଜଣ

ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପାଖାପାଖି ୧୨୦୭ ଜଣ ଆହତ ଅବସ୍ଥାରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ | ଏମାନଙ୍କ ମଧ୍ୟରୁ ୧୦୦୯ ଜଣଙ୍କର ଚିକିତ୍ସା ପରେ ଡିସଚାର୍ଜ ହୋଇଥିବାବେଳେ ୧୯୮ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି | ଏହି ୧୯୮ ଜଣ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି | ସେହିପରି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୭୫ । ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୧୭୦ ଜଣଙ୍କ ମୃତଦେହ ଏଯାଏ ଚିହ୍ନଟ ହୋଇଛି। ମୃତ ଶରୀର ନେବାକୁ ଯେଉଁମାନେ ଆସୁଛନ୍ତି, ସେମାନଙ୍କୁ ରାଜ୍ୟ ସରକାରଙ୍କ ଖର୍ଚ୍ଚ ଓ ସହଯୋଗରେ ମୃତ ଶରୀରର ପଠାଯାଉଛି ।

ସମ୍ବନ୍ଧିତ ଖବର