ଭାରତର ୧ ନମ୍ବର ଉବେର ଡ୍ରାଇଭର ହେଲେ ଓଡ଼ିଆ କିନ୍ନର !

ଭୁବନେଶ୍ୱର: ରାଣୀ କେବଳ ନାମ ନୁହେଁ ବରଂ ବାସ୍ତବ ଜୀବନରେ ସେ ଜଣେ ରାଣୀ | ରାଣୀ ଉବେରରେ ଗାଡି ଚଳାଉଥିବାବେଳେ ସେ ଜଣେ କିନ୍ନର | ଲୋକଙ୍କ ନଜରିଆ କିନ୍ନର ସମାଜ ପ୍ରତି ଯେଭଳି ଥାଉ ନା କାହିଁକି ରାଣୀଙ୍କ ଇଛାଶକ୍ତି ଓ ପ୍ରତିବଦ୍ଧତାକୁ ମାତ ଦେଇପାରିନଥିଲା | କିଛି ନୂଆ କରିବାର ଆକାଂକ୍ଷା ତାଙ୍କୁ ଆଜି ଏକ ଭିନ୍ନ ପରିଚୟ ଦେଇଛି | ନିଜ ଗାଡ଼ିରେ ବସୁଥିବା ଯାତ୍ରୀଙ୍କ ପ୍ରତି ଉତ୍ତମ ବ୍ୟବହାର ପାଇଁ ଏବେ ରାଜଧାନୀବାସିନ୍ଦାଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛନ୍ତି ରାଣୀ | ଭୁବନେଶ୍ୱରର ରାଜରାସ୍ତାରେ ରାଣୀଙ୍କ ଟ୍ୟାକ୍ସି ଗଡ଼ିବାବେଳେ ଉବେର ମାଧ୍ୟମରେ ଆସିଥାଏ ବହୁ ଲୋକଙ୍କ ଅର୍ଡର |

 

ରାଣୀ ମଧ୍ୟ ଲୋକଙ୍କ ପାଖରେ ପହଂଚି ତାଙ୍କୁ ଗନ୍ତବ୍ୟ ସ୍ଥଳରେ ପହଂଚାଇଦେଇଥାନ୍ତି | ସେଥିପାଇଁ ତ ଉବେର ପକ୍ଷରୁ ତାଙ୍କୁ ଏବେ ୫ ଷ୍ଟାର ରେଟିଙ୍ଗ ଦିଆଯାଇଛି | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ରେଟିଙ୍ଗ ପାଇବାରେ ଦେଶର ପ୍ରଥମ କିନ୍ନର ସାଜିଛନ୍ତି ରାଣୀ |

କେବଳ ଗାଡି ଚଳାଇ ଜାଣିଲେ ଜଣେ ସଫଳ ଡ୍ରାଇଭର ହୋଇପାରେନା ବରଂ ଯାତ୍ରୀଙ୍କ ପ୍ରତି ଭଲ ବ୍ୟବହାର ବି ଗୁରୁତ୍ୱ ରଖିଥାଏ | ଯେଉଁଥିପାଇଁ ଏଭଳି ସଫଳତା ପାଇଛନ୍ତି | ୨୦୧୭ ରଥଯାତ୍ରାରେ ବଡ଼ଦାଣ୍ଡରେ ଆମ୍ବୁଲାନ୍ସ ଚଳାଇ ଅସୁସ୍ଥ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିଲେ ଏହି ସୁନା ଡ୍ରାଇଭର | ଯେଉଁଥିପାଇଁ ବେଶ ପ୍ରଶଂସା ବି ସାଉଁଟିଥିଲେ |

ସମ୍ବନ୍ଧିତ ଖବର