ଜଗା ଓ ବଳିଆଙ୍କ ଯୋଡାମୁଣ୍ଡ ଅଲଗା ହେବା ପରେ ପ୍ରଥମଥର ପରସ୍ପରକୁ ଦେଖିଲେ ଦୁଇଭାଇ

ଭୁବନେଶ୍ୱର: ଯୋଡା ମୁଣ୍ଡ ଅଲଗା ହେବା ପରେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଥିବା ଜଗା ଓ ବଳିଆ ରବିବାର ପ୍ରଥମ ଥର ପରସ୍ପରକୁ ଦେଖିଛନ୍ତି । ଏହା ସହିତ ଏମ୍‌ସ ପକ୍ଷରୁ ତାଙ୍କ ସମ୍ପୂର୍ଣ୍ଣ ପରିବାରର ଫଟୋ ଛଡାଯାଇଛି । ଏହି ଫଟୋର ଜଗା ବଳିଆଙ୍କ ସହ ତାଙ୍କ ବାପା ଓ ମାଆ ମଧ୍ୟ ଅଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟଅବସ୍ଥାରେ ଉନ୍ନତି ଆସିଥିବା ଏମ୍‌ସ ପକ୍ଷରୁ କୁହାଯାଇଛି ।

ଅକ୍ଟୋବର ୨୪ରେ ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଶିଶୁ ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ ହୋଇଥିଲା । ଏହି ଅପରେସନଟି ବେଶ ଜଟିଳ ଥିଲା । ୨୫ଘଣ୍ଟା ଧରି ଚାଲିଥିବା ଏହି ବିରଳ ଅସ୍ତ୍ରୋପଚାର ପାଇଁ ଏକ ବିଶାଳ ଡାକ୍ତର ଟିମ୍‌ ଗଠନ କରାଯାଇଥିଲା ।ଏଥିରେ ନିଶ୍ଚେତକ, ହୃଦବିଭାଗ, ଶିଶୁ ଚିକିତ୍ସା ବିଭାଗ, ନ୍ୟୁରୋଲଜି ଆଦି ବିଭିନ୍ନ ବିଭାଗର ଡାକ୍ତର ରହିଥିଲେ ।

ଅପରେସନରେ ୨୦ ସର୍ଜନ ଓ ୧୦ ଆନାସଥେସିଆ ସ୍ପେଶାଲିଷ୍ଟ ଥିଲେ । ପୂର୍ବରୁ ଅଗଷ୍ଟ ୨୮ ତାରିଖରେ ଦିଲ୍ଲୀ ଏମ୍‌ସରେ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ ହୋଇଥିଲା । ୪୦ ଜଣିଆ ଡାକ୍ତରୀ ଦଳ ୨୦ ଘଣ୍ଟାରୁ ଅଧିକ ସମୟ ଧରି ଏହି ଅପରେସନ କରିଥିଲେ । ଏସବୁ ଭିତରେ ଜଗାବଳିଆଙ୍କ ସ୍ୱାସ୍ଥ୍ୟାରେ ସୁଧାର ଆସିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି ।

ସମ୍ବନ୍ଧିତ ଖବର