ସୁନ୍ଦରଗଡ଼: ବାଙ୍କିବାହାଲ-ଟପରିଆ ରାସ୍ତାରେ ଜିଲ୍ଲାପାଳ ଜାରି କରିଥିବା କଟକଣା ସମୟକୁ ଉଲ୍ଲଂଘନ କରି କୋଇଲା ଓ ଅନ୍ୟ ଖଣିଜ ଦ୍ରବ୍ୟ ବୋଝେଇ ଟ୍ରକ ଚଳାଚଳ କରୁଥିବା ଅଭିଯୋଗ ରହିଥିଲା। ଆଜି ସକାଳେ କଟକଣାକୁ ଅବମାନନା କରି ଚଳାଚଳ କରୁଥିବା ୧୦ଟି କୋଇଲା ଟ୍ରକକୁ ଆଞ୍ଚଳିକ ପରିବହନ ବିଭାଗ ୨ ଲକ୍ଷ ୩୪ ହଜାର ୭୫୦ ଟଙ୍କା ଜରିମାନା କରିଛି। ଗାଡ଼ିଗୁଡ଼ିକୁ ଜନଶକ୍ତି ବିକାଶ ପରିଷଦ ସଦସ୍ୟମାନେ ଅଟକାଇ ପୁଲିସ ଓ ପରିବହନ ବିଭାଗକୁ ଖବର ଦେଇଥିଲେ। ଠିକ୍ ଏହି ସମୟରେ ଟ୍ରାନ୍ସପୋର୍ଟରମାନଙ୍କ ପକ୍ଷରୁ କିଛି ବ୍ୟକ୍ତି ଆସି ପରିଷଦ ସଦସ୍ୟମାନଙ୍କୁ ଧମକଚମକ ଦେଇଥିଲେ।
ଏ ସମ୍ପର୍କରେ ପରିଷଦ ପକ୍ଷରୁ ଏସପିଙ୍କୁ ଅବଗତ କରି ପୁଲିସ ସୁରକ୍ଷା ଦେବାକୁ ଅନୁରୋଧ କରାଯାଇଥିଲା। ପରେ ପରେ ଘଟଣାସ୍ଥଳରେ ପରିବହନ ଓ ପୁଲିସ କର୍ମଚାରୀ ପହଞ୍ଚି ଅଟକ ଗାଡ଼ିଗୁଡ଼ିକୁ ଜରିମାନା କରିଥିଲେ। ସିଜି -୧୩ ଏବି-୧୭୯୯, ଓଡି-୧୬ଏଫ-୫୫୪୧, ଓଡି୧୫ ବି- ୪୩୨୬, ଓଡି୧୬ ଏଫ- ୧୪୬୭, ଓଡି ୨୩ ଏଫ୍ ୭୧୬୬, ଓଡି ୧୬ଡି ୬୩୧୭କୁ ୨୦ ହଜାର ଲେଖାଏଁ ଜରିମାନା କରାଯାଇଥିବା ବେଳେ ସିଜି ୧୩ ଏଲ ୩୫୨୧କୁ ୩୮, ୩୭୫, ସିଜି ୧୩ ଏଲ ୮୦୧୦କୁ ୨୬,୩୭୫, ଓଡି ୧୬ ଜି ୩୧୬୮ ଓ ଓଡି ୧୬ ଜି ୫୮୨୨କୁ ୨୫ ହଜାର ଲେଖାଏଁ ଜରିମାନା କରାଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/856c9bbf-c7a8-4fd0-a797-a90a35a59056.jpg)