କୋକସରା : କୋକସରା ବ୍ଲକ୍ ମାଝିଗୁଡ଼ା ଗ୍ରାମର ଚାଷୀ ଭକ୍ତରାମ ପୋଢ଼ ରବି ଫସଲ କରିଥିଲେ। ଗାଁର ଦୁଃଶାସନ ପୋଢଙ୍କ ଅଢ଼େଇ ଏକର ଜମିରେ ସେ ରବି ଫସଲ କରିଥିଲେ। ମଟର ଚଣା ଏବଂ ବୁଟ ଚଣା କରି ଅମଳ ବି ଆରମ୍ଭ କରିଦେଇଥିଲେ। କିନ୍ତୁ ଗୁରୁବାର ମଧ୍ୟାହ୍ନରେ କୌଣସି କାରଣରୁ ଫସଲରେ ନିଆଁ ଲାଗିଯାଇ ନଷ୍ଟ ହୋଇଯାଇଛି। ଫସଲ ନଷ୍ଟ ହୋଇଯିବାରୁ ଭକ୍ତରାମ ଚିନ୍ତାରେ ପଡ଼ିଯାଇଛନ୍ତି। ତାଙ୍କ କହିବାଅନୁସାରେ ବିଲରୁ ପ୍ରାୟ ୫ କ୍ବିଣ୍ଟାଲ ଫସଲ ଅମଳ କରିଥାନ୍ତା। ଯାହାର ଆନୁମାନିକ ମୂଲ୍ୟ ୨୦ ହଜାରରୁ ଅଧିକ ହୋଇଥାନ୍ତା। ସେଥିରୁ ଦୁଃଶାସନଙ୍କୁ କିଛି ଭାଗଦେଇ ନିଜେ କିଛି ପାଇଥାନ୍ତେ। ହେଲେ କ୍ଷତିଗ୍ରସ୍ତ ଯୋଗୁଁ ବର୍ତ୍ତମାନ ସେ ଉପାୟଶୂନ୍ୟ ହୋଇଯାଇଛନ୍ତି। ଶୁକ୍ରବାର ସେ ତହସିଲଦାରଙ୍କ ଦ୍ବାରସ୍ଥ ହୋଇ କ୍ଷତିପୂରଣ ଦାବି କରିବେ ବୋଲି କହିଛନ୍ତି।
ବିଲରେ ନିଆଁ ଲିଗି ଜଳିଗଲା ଅଢ଼େଇ ଏକର ରବି ଫସଲ
/sambad/media/post_attachments/wp-content/uploads/2021/02/kalahandi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)