ଏମ୍‌ସିଏଲ୍‌ ଲଗାଇବ ୨.୫ ଲକ୍ଷ ଚାରା

ସମ୍ବଲପୁର : ଖଣି ଖନନ ସହ ସବୁଜୀମା ସୃଷ୍ଟିର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଥିବା ମହାନଦୀ କୋଲ୍‌ଫିଲ୍‌ଡ ଲିମିଟେଡ୍‌ ଚଳିତ ବର୍ଷ କୋଇଲା ଖଣି ଓ ଏହାର ପରିପାର୍ଶ୍ବ ୧୫୦ ହେକ୍ଟର ଜମିରେ ୨.୫ ଲକ୍ଷ ଚାରା ରୋପଣର ଲକ୍ଷ୍ୟ ରଖିଛି। ଗୁରୁବାର କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବୃକ୍ଷରୋପଣ ଅଭିଯାନ ୨୦୨୧ର ଭର୍ଚୁଆଲ୍ ଉଦ୍‌ଘାଟନ କରିଥିଲାବେଳେ ରାଜ୍ୟମନ୍ତ୍ରୀ ରାଓସାହେବ ପାଟିଲ୍‌ ଦାନ୍‌ଭେ ଉପସ୍ଥିତ ଥିଲେ। ଏହି ଅବସରରେ ଏମ୍‌ସିଏଲ୍ ପକ୍ଷରୁ ପ୍ରଥମ ଦିନରେ ହିଁ ୨୫ ହଜାର ଫଳ ଗଛର ଚାରା ରୋପଣ କରା ଯାଇଥିଲା।

ଏମ୍‌ସିଏଲ୍‌ ସିଏମ୍‌ଡି ପିକେ ସିହ୍ନା ଏମ୍‌ସିଏଲ୍‌ ମୁଖ୍ୟାଳୟରେ ପ୍ରଥମ ଚାରା ରୋପଣ କରିଥିଲେ। ନିର୍ଦ୍ଦେଶକ ଓପି ସିଂହ, ବବନ ସିଂହ ଏବଂ ମୁଖ୍ୟ ସତର୍କତା ଅଧିକାରୀ ପିକେ ପଟେଲ ଉପସ୍ଥିତ ଥିଲେ। ଏହାପରେ ଇବ୍‌ ଉପତ୍ୟକା ଓ ତାଳଚେର ଖଣି ଅଞ୍ଚଳର ୧୯ଟି ଭିନ୍ନଭିନ୍ନ ସ୍ଥାନରେ ଚାରା ରୋପଣ କରା ଯାଇଥିଲା। ଏମ୍‌ସିଏଲ୍‌ ୧୯୯୨ ମସିହାରେ ନିଜ ପ୍ରତିଷ୍ଠା ପରଠାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସ୍ଥିତ ଏହାର କମାଣ୍ଡ ଅଞ୍ଚଳରେ ୬୧ ଲକ୍ଷ ଚାରା ରୋପଣ କରି ସାରିଥିବା କମ୍ପାନି ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କହାଯାଇଛି।

ସମ୍ବନ୍ଧିତ ଖବର