ବ୍ରଜରାଜନଗର: ବେଲପାହାଡ଼ ଥାନା ଗୁମାଡେରାରେ ଥିବା ରାଣୀସତୀ କୋଲ କ୍ୟାରିଅର ସଂସ୍ଥାରୁ ୨ ଲକ୍ଷ ୮୯ ହଜାର ଟଙ୍କା ଜାଲିଆତି କରି ହଡ଼ପ ଅଭିଯୋଗରେ ପୁଲିସ ସନ୍ତୋଷ ବଂଶଲ (୨୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସନ୍ତୋଷ ଏହି ସଂସ୍ଥାରେ କାମ କରୁଥିଲେ।

Advertisment

ସେ ଚାଲାଣ ପଛପଟେ ପ୍ରକୃତ ଲୋଙ୍କ ନାମ ଓ ଠିକଣା ଲେଖଇବା ପରିବର୍ତ୍ତେ ନିଜ ସମ୍ପର୍କୀୟଙ୍କ ନାମ ଲେଖି ସେହି ଟଙ୍କା ହଡ଼ପ କରିଥିଲେ। ଏହି ଜାଲିଆତି ଜଣା ପଡ଼ିବା ପରେ କୋଲ କ୍ୟାରିଅରର ମାଲିକ ସୁଭାଷ ରୁଙ୍ଗୁଟା ଗତ ୧୫ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।