ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଖଡ଼ିବିଲ ତାରିଣୀଶାଳଛକ ନିକଟରେ ଜଣେ ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରଙ୍କୁ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ୨ ଲକ୍ଷ ୭୦ ହଜାର ଟଙ୍କା ଲୁଟି ନେଇଛନ୍ତି। ପିକ୍ଅପ୍ ଭ୍ୟାନ୍ ଡ୍ରାଇଭର ଘସିପୁରାର ଅଜୟ କୁମାର ବାରିକ ଏନେଇ ଘସିପୁରା ଥାନାରେ ଏତଲା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଜୟ ଘସିପୁରାର ପପୁ ଦେଙ୍କ ତେଜରାତି ଯୋଗାଣ କାମରେ କାମରେ ନିୟୋଜିତ ହୋଇଥିଲା। ଗତକାଲି ରାତି ପ୍ରାୟ ୧୧.୫୦ ସମୟରେ ସେ ପିକ୍ଅପ୍ ଭ୍ୟାନ୍ ଧରି ଭଗାନଈରୁ ଶାଳପଡ଼ା ଆଡ଼କୁ ଆସୁଥିବା ବେଳେ ଖଡ଼ିବିଲ ତାରିଣୀଶାଳଛକ ନିକଟରେ ଚାରିଜଣ ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ର ଧରି ଅଟକାଇ ଥିଲେ। ତଣ୍ଟିରେ ଛୁରି ଲଗାଇ ପାଖରେ ଥିବା ୨ ଲକ୍ଷ ୭୦ ହଜାର ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିଲେ। ଅଜୟ ଏନେଇ ଘସିପୁରା ଥାନାରେ ଏତଲା ଦେଇଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଲୁଟେରାଙ୍କ ସନ୍ଧାନ ମିଳି ନାହିଁ।