ପ୍ରେମିକାଠାରୁ ୨ଲକ୍ଷ ୭୧ ହଜାର ଟଙ୍କା ଠକି ନେଇ ଯୁବକ ଗିରଫ

ପ୍ରେମିକାଠାରୁ ୨ଲକ୍ଷ ୭୧ ହଜାର ଟଙ୍କା ଠକି ନେଇ ଯୁବକ ଗିରଫ

କବାଟବନ୍ଧ: ଜେନାପୁର ଥାନା ଅନ୍ତର୍ଗତ ଅଂଜିରା ପଞ୍ଚାୟତ ମୁରାରୀପୁର ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଚାକିରି କରାଇ ଦେବା ନାଁରେ ବିଭିନ୍ନ ସମୟରେ ୨ଲକ୍ଷ ୭୧ ହଜାର ଟଙ୍କା ଠକି ନେଇଥିବା ଜଣେ ଯୁବକକୁ ଜେନାପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ବୈରୀ ଥାନା ଅନ୍ତର୍ଗତ ସପନପୁର ଗ୍ରାମର ବିନୋଦ ଚନ୍ଦ୍ର ବେହେରା(୨୭)। ଅଭିଯୁକ୍ତ ସମ୍ପୃକ୍ତ ଯୁବତୀଙ୍କ ସହ ମୋବାଇଲ୍‌ରେ କଥା ହୋଇ ସଂପର୍କ ବଢ଼ାଇଥିଲା। ଧୀରେଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା।

ଅଭିଯୁକ୍ତ ନିଜକୁ ଜଣେ ଉଚ୍ଚପଦସ୍ଥ ଅଫିସର ପରିଚୟ ଦେଇଥିଲା। ଚାକିରି କରାଇଦେବ କହି ସମ୍ପୃକ୍ତ ଯୁବତୀଙ୍କ ନିକଟରୁ ବିଭିନ୍ନ ସମୟରେ ୨ଲକ୍ଷ ୭୧ ହଜାର ଟଙ୍କା ନେଇଯାଇଥିଲା। ପରେ ବିନୋଦ ତାର ମୋବାଇଲ୍‌ ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଥିଲେ। ବାରମ୍ବାର ଫୋନ୍‌ କରି ନିରାଶ ହେବା ପରେ ସେ ଏସଂପର୍କରେ ଜେନାପୁର ଥାନାରେ ଅଭିଯୋଗ କରିଥିଲେ। ଜେନାପୁର ପୁଲିସ ବିନୋଦ ନାଁରେ ୯୦/୨୩ରେ ଏକ ମାମଲା ରୁଜୁ କରି ଦଫା ୪୧୯, ୪୨୦ରେ ଗିରଫ କରିଥିଲା। ଆଜି ତାକୁ କୋର୍ଟଚାଲାଣ କରାଯାଇଥିବା ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe