୨ ଦୁର୍ଘଟଣାରେ ୫ ଗୁରୁତର, ଜାତୀୟ ରାଜପଥ ଜାମ୍‌

ରାଇରଙ୍ଗପୁର/ବିଶୋଇ: ମୟୂରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ୪୯ ନଂ. ଜାତୀୟ ରାଜପଥର ବିଶୋଇ ଥାନା ଅର୍ନ୍ତଗତ ନୂଆଗାଁ ଓ ଅଶନବଣୀ ଛକ ନିକଟରେ ଦୁଇଟି ପୃଥକ ଦୁର୍ଘଟଣା ଘଟିବାରୁ ୫ ଗୁରୁତର ହୋଇଛନ୍ତି। ନୂଆଗାଁଠାରେ ଜାମଝରୀ ଗ୍ରାମର ଅଶୋକ ନନ୍ଦ ଓ ଦୁଃଶାସନ ଗିରି ଓଡି ୦୯-ଇ-୯୯୯୮ ନମ୍ବର ବିଶିଷ୍ଟ ଏକ ବାଇକରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଖସିପଡିଥିଲେ । ପ୍ରଥମେ ଉଭୟଙ୍କୁ ମଣଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସେହିପରି ଜାତୀୟ ରାଜପଥର ଅଶନବଣୀ ଛକ ନିକଟରେ ଟ୍ରକ୍ ଓ ବାଇକ୍ ଧକ୍କାରେ ବାଙ୍ଗିରିପୋଷୀ ଥାନା ଧବଳେଶ୍ୱର ଗ୍ରାମର ନିରଞ୍ଜନ ନାଏକ ଓ ଲିଟୁ ନାଏକ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଯଶିପୁର କଲେଜକୁ ସ୍ଥାନାନ୍ତରିତ କରିଛନ୍ତି। ତେବେ ଦୁର୍ଘଟଣା ପରେ ଦୀର୍ଘ ୪ ଘଣ୍ଟା ଧରି ଜାତୀୟ ରାଜପଥ ଜାମ୍ ଥିଲା । ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

ସମ୍ବନ୍ଧିତ ଖବର